ପୋଖରୀରେ ଭାସୁଛି କନ୍ୟା ଭୃଣ: ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

Published By : Prameya-News7 Bureau | November 20, 2020 IST

ଭୁବନ୨୦/୧୧: କନ୍ୟା ଭୃଣ ହତ୍ୟା ଏକ ଜଘନ୍ୟ ଅପରାଧ। ଭୃଣ ହତ୍ୟା ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କଟକଣା କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏପରି କି ଭୁବନରେ ବାରମ୍ବାର ଭୃଣ ହତ୍ୟା ହେଉଥିବା ନଜିର ରହୁଛି ।

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୧ର ଗୋଡିପୋଖରୀରେ ଏକ ଭୃଣ ଭାସୁଥିବାର ଦେଖିବାକୁ ମିଳିଛି।  ଗୋଡିପୋଖରୀରେ ଗାଧୋଇବା ପାହାଚ ତଳେ ଏକ ଭୃଣ ଭାସୁଥିବାର ଲୋକେ ଦେଖିଥିଲେ । ଘଟଣାସ୍ଥଳରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଛି। ଏହା ଏକ କନ୍ୟା ଭୃଣ ବୋଲି ସନ୍ଦେହ କରାଯାଇଛି। ଏପରି କାର୍ଯ୍ୟରେ ଯେଉଁମାନଙ୍କର ସଂପୃକ୍ତି ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କାରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.