Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବାତ୍ୟାରେ ଗଛ ଡାଳଭାଙ୍ଗି ଗଲା, ଏବେ ପ୍ରଚଣ୍ଡ ଖରା ଯୋଗୁଁ ହଜାର ହଜାର ବାଦୁଡିଙ୍କ ଜୀବନ ବିପନ୍ନ : ଗ୍ରାମବାସୀ ଆଗେଇ ଆସିଲେ ସହାୟତା ପାଇଁ

21/05/2019 at 4:09 PM

ଯାଜପୁର ୨୧|୫: ମଣିଷ ଆଉ ପକ୍ଷୀ ମଧ୍ୟରେ ଏକ ନିଆରା  ସଂପର୍କ ଦେଖିବାକୁ ମିଳିଛି  ଯାଜପୁରର କବାଟବନ୍ଧ ଗାଁରେ  । ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ବନ୍ଧରେ ଥିବା ୪ଟି ବଡ଼ ବଡ଼ ଗଛରେ ବାସ କରୁଛନ୍ତି ଶହ ଶହ ବାଦୁଡ଼ି  । ବାତ୍ୟା  ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏଇ ପକ୍ଷୀମାନଙ୍କ ଜୀବନ ବିପଦରେ । ତେବେ ଏମାନଙ୍କୁ  ସୁରକ୍ଷାର ହାତ ବଢ଼ାଇଛନ୍ତି ଗ୍ରାମବାସୀ ।

କିଚରି ମିଚରି ଶବ୍ଦରେ ଫାଟି ପଡୁଛି ପରିବେଶ । ଗଛ ଡାଳରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଝୁଲି ରହିଛନ୍ତି ବାଦୁଡି । ଯାଜପୁର ଧର୍ମଶାଳା କବାଟବନ୍ଧ ଗାଁର ଇଏ ହେଉଛି ଚିତ୍ର । ବଣିଆ ସାହିରେ ଥିବା ୪ଟି ବଡ଼ ଗଛରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ହଜାର ହଜାର ବାଦୁଡ଼ି । ବାତ୍ୟାରେ କିଛି ପକ୍ଷୀଙ୍କ ଜୀବନ ବି ଯାଇଛି । ଫୋନି ପରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଯୋଗୁ  ବାଦୁଡ଼ିଙ୍କ ଅବସ୍ଥା ବେହାଲ୍ ହୋଇ ପଡ଼ିଛି । ତେବେ ବନ ବିଭାଗ ଏମାନଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା କରିନି । ଗ୍ରାମବାସୀ ହିଁ ଏମାନଙ୍କ ଯତ୍ନ କରନ୍ତି ଏବଂ ଯାହା କିଛି ସୁରକ୍ଷା ଯୋଗାନ୍ତି ।

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଏହି ପକ୍ଷୀ ଉପରେ ଦାଉ ସାଧେ ତ ଆଉ କେତେବେଳେ ଶିକାରୀର ଲୋଲୁପ ଦୃଷ୍ଟି ପଡ଼େ । ବାଦୁଡ଼ି ଶିକାର କରି ଏହାର ମାଂସକୁ ଉଚ୍ଚ ଦରରେ ବିକ୍ରି କରନ୍ତି ଶିକାରୀ । ଫଳରେ ଦିନକୁ ଦିନ ବାଦୁଡ଼ିଙ୍କ ସଂଖ୍ୟା କମିବାରେ ଲାଗିଛି ।

ତେଣୁ ଏସବୁ ରୋକିବା ଉପରେ ସ୍ଥାନୀୟ ଲୋକେ ଅଣ୍ଟା ଭିଡ଼ିଛନ୍ତି । ପାଣି ସିଞ୍ଚନ କରି ଏମାନଙ୍କୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ବେଳେବେଳେ ଅଗ୍ନିଶମ ବିଭାଗ ଓ ନିକଟସ୍ଥ ଶିଳ୍ପସଂସ୍ଥା ମାନେ ଏଥିପାଇଁ ମଧ୍ୟ ସହଯୋଗର ହାତ ବଢାଇଥାଆନ୍ତି ।

ପକ୍ଷୀଙ୍କ ପ୍ରତି ଏପରି ଭଲ ପାଇବା ସତରେ ବିରଳ । ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କବାଟବନ୍ଧ ବାସୀଙ୍କ ପ୍ରଶଂସା ସବୁ ମୁହଁରେ । 

   Related Posts