ନବଜାତ ଶିଶୁକୁ ବୁଦାମୂଳେ ଛାଡି ଚାଲିଯାଉଥିଲା କୁମାରୀ ମା, ଗାଁଲୋକେ ଦେଖି ଅଟକ ରଖିଲେ, ଯୁବ ବାହିନୀ ଭର୍ତ୍ତି କଲା ଡାକ୍ତର ଖାନାରେ

Published By : Prameya-News7 Bureau | July 06, 2019 IST

ଆନନ୍ଦପୁର୬|୭: ପ୍ରେମିକର ଅତାପାତା ନାହିଁ । ଏପରିକି ପ୍ରେମିକର ନା ମଧ୍ୟ ଜଣାନାହିଁ । ପ୍ରାୟ ବର୍ଷକର ପ୍ରେମ ସମ୍ପର୍କ , ତାରି ଭିତରେ ଶାରୀରିକ ସମ୍ପର୍କ ରଖି ପ୍ରେମିକା ହେଲା ଗର୍ଭବତୀ । ଗର୍ଭଧାରଣ କଥା ଜଣାବାପରେ ଗର୍ଭସ୍ଥ ଶିଶୁକୁ ନଷ୍ଟ କରିବାକୁ ପ୍ରେମିକ ଦେଲା ପରାମର୍ଶ । ହଲେ ସେତକ କରିପାରିଲା ନି ସେ , ଶେଷରେ ଶିଶୁପୁତ୍ରକୁ ଜନ୍ମ ଦେବାପରେ ପଡିଆରେ ଛାଡି ଚାଲିଆସୁଥିବା ସମୟରେ ଗାଁ ଲୋକଙ୍କ  ହାତରେ ଧରାପଡିଲା କୁମାରୀ ମା ।

{"id":131156}

ଘସିପୁରା ଥାନ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ ନୂଆଁପଡା ଗାଁରେ ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମା ତାର ନବଜାତ ଶିଶୁ ପୁତ୍ରକୁ ଗାଁପଡିଆର ଏକ ବୁଦାମୂଳରେ ଛାଡି ଚାଲିଯାଉଥିବା ସମୟରେ ଶିଶୁପୁତ୍ର କାନ୍ଦଶୁଣି ଗାଁ ଲୋକେ ତାକୁ ଉଦ୍ଧାର କରିବାସହ ତାର ମା କୁ ଅଟକ ରଖିଥିଲେ । ବିଜୁ ଯୁବବାହିନୀର ଯୁବକମାନେ ଘଟଣାରେ ହସ୍ତକ୍ଷେପ କରି ଉଭୟ ମା ଓ ଶିଶୁ କୁ ସ୍ଥାନୀୟ ଆଶାଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ସଂପୃକ୍ତା ମା ଘଟଗାଁ ଥାନା ପୋଇଜାମୁଳା ଅଞ୍ଚଳର ହୋଇଥିବାବେଳେ ସେ ଅବିବାହିତ ବୋଲି ଜଣାପଡିଛି । ଗତ ୧୫ଦିନ ହେବ ସେ ନୂଆଗାଁ ଠାରେ ଥିବା ନିଜ ଭଉଣୀଘରକୁ ଆସିଥିଲା। ଗତକାଲି ଶିଶୁ ପୁତ୍ରକୁ ସେ ଜନ୍ମ ଦେଇଥିଲା ।ତବେ ଉଦ୍ଧାର ପରେ ଶିଶୁ ପୁତ୍ର ଟିକୁ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ହେଲେ ସ୍ବାସ୍ଥାବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

{"id":131157}

ଘଟଗାଁ ଥାନା ପୋଇଜାମୁଳା ଗାଁ ର ଏହି କୁମାରୀ ମାଁ ଯାଜପୁର ଜିଲ୍ଳା କୁଆଖିଆ ଅଞ୍ଚଳରେ କାମ କରୁଥିଲେ । ସେଠାରେ କାମ କରୁଥିବା ଜଣେ ଯୁବକ ସହ ତାର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପ୍ରେମ ସମ୍ପର୍କ ଶାରିରୀକ ସମ୍ପର୍କ ଆଢକୁ ଯିବାରୁ ଯୁବତୀ ଗର୍ଭବତୀ ହୋଇଥିଲେ । ତବେ ଏ ସମ୍ପର୍କରେ ପ୍ରେମିକକୁ ଜଣାଇବାରୁ ସେ ଗର୍ଭ ନଷ୍ଟ କରିବାକୁ ପରାମର୍ଶ ଦେଇଥିଲା। ଏବଂ ଗତ କିଛିମାସ ମାସେ ହେବ ପ୍ରେମିକର ଖୋଜ ଖବର କିଛି ନାହଁ । ଏପରିକି ସଂପୃକ୍ତ ପ୍ରେମିକ ନିଜ ନାଁ ମଧ୍ୟ ଠିକ କରି କହିନଥିବା କହିଛନ୍ତି ପିଡୀତା କୁମାରୀ ମାଁ । ଛତିଶଗଡ ଅଞ୍ଚର ସେହି ଯୁବକକୁ ଚାହିଁ ବସିଛି କୁମାରୀ ମାଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.