Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ମିସକଲରୁ ପ୍ରେମ, ପ୍ରେମିକା ପାଖକୁ ଆସି ବନ୍ଧା ହେଲେ ପ୍ରେମିକ

17/06/2021 at 4:30 PM

ନୀଳଗିରି,୧୭/୬ : କଥାରେ ଅଛି ପ୍ରେମ ଅନ୍ଧ। ମାନେ ନାହିଁ ଜାଗା କି ଅଜାଗା।ପ୍ରେମିକା ଘରକୁ ଆସି ଜଣେ ଯୁବକ ଧରାପଡି ବନ୍ଧା ହେବା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ମୁଗୁନିପୁର ଅଂଚଳରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ପଥରପେଣ୍ଠ ପଞ୍ଚାୟତ ଅଧିନ ବଡ଼ଗାଁ ଅଂଚଳର ବିଜୟ ମଲ୍ଲିକଙ୍କ ପୁଅ ବାବୁ (୨୨) ବିବାହିତ ଅଛନ୍ତି। ତାଙ୍କର ୪ ବର୍ଷର ପୁଅଟିଏ ଅଛି।ମୋବାଇଲ ରେ ମିସକଲ କରିବା ଓ କଥା ଛଳରେ ପ୍ରେମ କରିବା ଆଜି ତାଙ୍କୁ ମହଙ୍ଗା ପଡିଛି। ସେ ସୋର ଥାନା ଅଧିନ ମୁଗୁନିପୁର ଅଞ୍ଚଳର ଜୈନିକ ନାବାଳିକାଙ୍କୁ ୩ ମାସ ପୂର୍ବରୁ ମିସକଲ ଓ ପରେ କଲ କରି କଥା କଥାରେ ପ୍ରେମ କରିବସିଥିଲା। ପ୍ରେମିକା ଜଣକ କିଛି ଆଗ ପଛ ବିଚାର ନକରି ଆଜି ଘରେ କେହି ନଥିବା ସୁଯୋଗରେ ଘରକୁ ଡକାଇଥିଲା।

ପ୍ରେମିକ ଜଣକ ଆସି ବିବାହର ପ୍ରତିଶୃତି ଦେଇ ମଥାରେ ସିନ୍ଦୁର ଓ ଶଙ୍ଖା ପିନ୍ଧାଇ ଶାରୀରିକ ସମ୍ପର୍କ ଗଢିଥିଲା। କିଛି ଗାଁର ଯୁବକ ଘଟଣା ଉପରେ ନଜର ରଖି ପ୍ରେମିକ ପ୍ରେମିକା ଘର ଭିତରେ ଥିବାବେଳେ ତାଲା ମାରିଦେଇ ଥିଲେ। ପରେ ଗ୍ରାମବାସୀ ଏକତ୍ରିତ ହେବାପରେ ଜୈନିକ ପ୍ରେମୀକ ଜଣଙ୍କୁ ଦଉଡିରେ ବାନ୍ଧି ଦେଇଥିବା ଜଣା ପଡିଛି। ଝିଅଟିର ପରିବାର ଲୋକେ ବିବାହ କରାଇବାକୁ ଜିଦ ଧରିଥିବା ବେଳେ ଗାଁରେ ଉତ୍ତେଜନା ଲାଗିରହିଛି।

   Related Posts