Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଲା ଚୋରି କଲା ବେଳେ ଚୋରକୁ କାବୁକଲେ ଗ୍ରାମବାସୀ

14/04/2019 at 12:05 PM

ବୀରମହାରାଜପୁର ୧୪|୪: ସୁବର୍ଣ୍ଣପୁର ବୀରମହାରାଜପୁରରେ ପିଲା ଚୋରି ଅଭିଯୋଗ ହୋଇଛି । ବୀରମହାରାଜପୁର ଯାଏଲୋ ପଞ୍ଚାୟତ ପାତ୍ରପାଲି ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ୩ ବର୍ଷର ଶିଶୁ ବାପା, ମା’ଙ୍କ ସହ ଘର ବାହାରେ ଶେ।ଇଥିଲା । ଏହାର ସୁଯେ।ଗ ନେଇ ଭେଡେନ ଥାନା ଖଇରଝର୍ଡି ଗାଁର ତରଣୀ ବିଶ୍ବାଳ ଶିଶୁଟିକୁ ଉଠାଇନେଇଥିଲା ।

ତେବେ ପିଲାଟି କାନ୍ଦିବାରୁ ଘର ଲୋକ ଉଠିଯାଇ ପାଟି କରିଥିଲେ । ଫଳରେ ଗ୍ରାମବାସୀ ଚୋରକୁ କାବୁ କରିନେଇଥିଲେ । ପରେ ଚୋରକୁ ବୀରମହାରାଜପୁର ପୋଲିସ ଜିମା ଦେଇଥିଲେ । ପୋଲିସ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ ଶିଶୁଟିକୁ ଅପହରଣ କରିଥିଲା ତାର କାରଣ ଜଣାପଡିନି ।

   Related Posts