Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଶୁଣିଲେନି ସରକାର, ହାତ ଟେକିଦେଲା ପ୍ରଶାସନ, ଶେଷରେ ଗାଁ ଲୋକେ ମିଶି ନାଗାବଳୀ ନଦୀ ଉପରେ ନିର୍ମାଣ କଲେ କାଠପୋଲ

23/10/2021 at 9:36 PM

ରାୟଗଡ଼ା ୨୩/୧୦: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ତଳସାଜା ଓ ଉପରସାଜା ଗ୍ରାମବାସୀ ମିଳିତ ଭାବେ ଏକ କାଠପୋଲ ନିର୍ମାଣ କରିଛନ୍ତି। ପ୍ରଶାସନର ହାତକୁ ନଚାହିଁ ନିଜସ୍ବ ଉଦ୍ୟମରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞ୍ୟାନ କୌଶଳରେ ପୋଲ ନିର୍ମ।ଣ କରି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ନାଗାବଳୀ ନଦୀ ଉପରେ ଗତକାଲି ନିର୍ମାଣ ହୋଇଛି ଏହି ପୋଲ। ପୋଲ ନିର୍ମାଣ ଦ୍ବାରା ୮ ଖଣ୍ଡ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଛି । ସର୍ବଦା ନଦୀରେ ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି ହେଉଥିଲା । ଗୋଟିଏ ପଟେ ନଦୀ ଓ ଅନ୍ୟପଟେ ରହିଛି ପାହାଡ଼। ଏହିଭଳି ସ୍ଥିତିରେ ମଝି ଅଂଚଳରେ ବର୍ଷ ବର୍ଷ ଧରି ପେଶି ହେଉଥିଲେ ୮ ଖଣ୍ଡ ଗ୍ରାମବାସୀ ।

ଶିକରପାଇ ପଂଚାୟତର ତଳସାଜା ଓ ଉପରସାଜା, ପୋଲମା ପଂଚାୟତର ଏରଗେଣ୍ଡା, ମାଣ୍ଡିପଦର ଓ କୁଶବାଟି, ମାଝିଗୁଡ଼। ନିମାଝଲା, କଟଲପାଡ଼ୁ ଓ ରଘୁନାଥପୁର ଗ୍ରାମର ବାସିନ୍ଦା ସମସ୍ୟା ଭୋଗୁଥିଳେ । ମୁଖ୍ୟତଃ ବର୍ଷା ଦିନରେ ସମସ୍ୟା ସୃଷ୍ଟି ହେବା ଏକ ସାଧାରଣ ଘଟଣା ହୋଇଥବା ବଳେ ଗ୍ରୀଷ୍ମ ଓ ଶୀତ ଋତୁରେ ମଧ୍ୟ ସମସ୍ୟ ଥିଲା । ରୋଗୀଙ୍କୁ ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଅବସ୍ଥା ଯିଏ ଦେଖିଛି ସିଏ ହୃଦବୋଧ କରିଛି । ସେହିଭଳି ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଯିବା ସମୟରେ ମଧ୍ୟ ନାନା ସମସ୍ୟା ଲାଗିରହିଛି। ଏଣେ ଜୀବନ ଜୀବିକା ପାଇଁ ଉପରୋକ୍ତ ୮ ଖଣ୍ଡ ଗ୍ରାମବାସୀ ଶିକରପାଇ, ମାଝିଗୁଡ଼ା, କଲ୍ୟାଣସିଂହପୁର ଓ ଜକେପୁରକୁ ଆସିଥାଆନ୍ତି।

ହଲେ ନାଗାବଳୀ ନଦୀର ପାଣି ବାଧକ ସାଜିଥାଏ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ  ବାରମ୍ବାର ଅବଗତ କରାଯାଇଥିଲା । ଅଭିଯୋଗ ଅନେକବାର ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିଲା । ହଲେ ପ୍ରଶାସନକୁ ଓ ସରକାରୀ କଳକୁ ଆଉ ନଚାହିଁ ନିଜସ୍ବ ଉଦ୍ୟମରେ ପୋଲ ନିର୍ମାଣ କରି ଗମନା ଗମନର ସୁବିଧା କରିବା ନିମନ୍ତେ ଗାଁର ଯୁବକମାନେ ନିଜସ୍ବ ଉଦ୍ୟମରେ ପୋଲ ନିର୍ମାଣ କରିଥିଲେ ।  ଆଉ ଘଂଚ ଜଙ୍ଗଲ ଘେରା ଅଂଚଳରୁ କାଠ ଓ ବାଉଁଶ ସଂଗ୍ରହ କରି ଆଜି ଗୋଟିଏ ଦିନରେ କାଠପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି ଯେ, ଏହା ଜାଣିବା ପରେ ମୁଁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ସହ କଥା ହୋଇଛି। ନାଗାବଳୀ ନଦୀର ସେହି ସ୍ଥାନରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ କୁହାଯାଇଛି।

ପୂର୍ବରୁ ଏକ କଂକ୍ରିଟ ପୋଲ ନିର୍ମାଣ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ ହୋଇଛି। ମାତ୍ର ୫ କିଲୋମିଟର ଅଧିକ ବାଟ ବୁଲାଣି ପଡୁଥିବାରୁ ଏହି କାଠ ପୋଲ ନିର୍ମ।ଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।  ତବେ ପୁନର୍ବାର ନିବେଦନ କରିବା ପାଇଁ ସେମାନେ ଆଉ ପ୍ରଶାସନ ନିକଟକୁ ଯିବେନାହିଁ ବୋଲି ମଧ୍ୟ ଗ୍ରାମବାସୀ ରୋକଠୋକ ଶୁଣାଇଛନ୍ତି।

   Related Posts