କଙ୍ଗାରୁ କୋର୍ଟରେ ଅଜବ ନିଷ୍ପତ୍ତି : ସରକାରୀ ଚାକିରି ନ ଛାଡିବାରୁ ମହିଳାଙ୍କ ପରିବାର ଗାଁରୁ ବାସନ୍ଦ

Published By : Prameya-News7 Bureau | October 20, 2019 IST

ବ୍ରହ୍ମପୁର ୨୦।୧୦: ସରକାରୀ ଚାକିରି ନଛାଡିବାରୁ ସାମାଜିକ ବାସନ୍ଦ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜା ଜିଲ୍ଲା   ହିଞ୍ଜଳି ଅଂଚଳରେ  ।  ଏଭଳି ଅଭିଯୋଗ କରିଛନ୍ତି ସାମାଜିକ ବାସନ୍ଦର ଶିକାର ହୋଇଥିବା ପରିବାର  । ଏପରିକି ଏନେଇ ଥାନା ଠାରୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି  ।

{"id":172320}

ସ୍ବାଧୀନତାର ୭୨ ବର୍ଷ ପରେ ବି ଗାଁରେ ବଂଚିଛି ସାମାଜିକ ବାସନ୍ଦ ଭଳି କୁପ୍ରଥା  । ଏଭଳି ଏକ ଅଭିଯୋଗ ଆସିଛି ଗଞାମ ଜିଲ୍ଲା  ହିଞିଳି ନିକଟ  ବଡଖଣ୍ଡି ଗାଁରୁ  । କଙ୍ଗାରୁ କୋର୍ଟ ଦ୍ବାରା ଏଭଳି ବାସନ୍ଦର ଶିକାର ହୋଇ ଏହି ଗାଁର ଏନ.ଭଗବାନ ଏବଂ ଏନ ରାଜେଶ୍ବରୀ ଏବେ ତାଙ୍କ ଝିଅ ପାଖରେ ଆଶ୍ରୟ ନେଇଛନ୍ତି  । ସେମାନଙ୍କ ଭୁଲ ହେଲା ଯେ, ଝିଅ କରୁଥିବା ସରକାରୀ ଚାକିରି ଛଡେଇ ପାରି ନାହାଁନ୍ତି  ।

{"id":172321}

ବର୍ତମାନ ଗଜପତି ଜିଲ୍ଲାର ଲକ୍ଷ୍ମୀପୁର ଆବାସିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଝିଅ ବଡଖଣ୍ଡି ଗାଁର ପି.ଜଗବନ୍ଧୁଙ୍କୁ ଗତ ୨୦୧୬ ମସିହାରେ ବୈଦିକ ରିତିରେ ବିବାହ କରିଥିଲେ  । ଜଗବନ୍ଧୁ ବମ୍ବେରେ କୌଣସି ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଶିକ୍ଷୟତ୍ରୀ ଜଣକ ନିଜ ସ୍କୁଲରେ ରହୁଥିଲେ  । ତେବେ ଚାକିରି ଛାଡି ଗାଁରେ ରହିବାକୁ ବାରମ୍ବାର ବାଧ୍ୟ କରିବା ପରେ ଏଥିରେ ରାଜି ନହେବାରୁ ଶିକ୍ଷୟତ୍ରୀଙ୍କୁ ମାରଧର କରିଥିଲେ ତାଙ୍କ ସ୍ବାମୀ  । ଏହାପରେ ଗାଁ କମିଟିରେ ଏହି କଥା ପଡିଥିଲା  । କମିଟିର ସଦସ୍ୟମାନେ ମଧ୍ୟ ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରିଥିଲେ  । ଏଥିରେ ଅରାଜି ହେବାରୁ ତାଙ୍କ ବାପା ମାଙ୍କୁ ନିଆଁ ପାଣି ବାସନ୍ଦ କରିଥିବା ସେ ଅଭିଯୋଗ କରିଛନ୍ତି  । ତାଙ୍କ ପାଇଁ ବାପା ମା ଏବଂ ଏକମାତ୍ର ଭାଇ ବର୍ତମାନ ଏଭିଲ ସାମାଜିକ ବାସନ୍ଦ ହେବା ଅନ୍ୟାୟ ବୋଲି କହିଛନ୍ତି । 

{"id":172322}

ଗାଁରେ ସାମାଜିକ ବାସନ୍ଦ କରିବା ପରେ ଏକ ମାତ୍ର ପୁଅ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ବାପା ମା ଝିଅ ପାଖରେ ଆଶ୍ରୟ ନେଇଛନ୍ତି  । ତେବେ ସ୍ବଳ୍ପ ଦରମାରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି  । କେବଳ ସେତିକି ନୁହେଁ ଏହି ପରିବାର ଗାଁରେ ଥିବା ଜମି ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ  । ଏବେ ତାହା ବି ବନ୍ଦ  । କାରଣ ଗାଁକୁ ଗଲେ ସେମାନଙ୍କ ସହ ଅତି ଖରାପ ବ୍ୟବହାର କରାଯାଉଥିବାରୁ ସେମାନେ ଗାଁକୁ ଯାଇ ପାରୁନାହାଁନ୍ତି  । ତେବେ ଏଭଳି ସାମଜିକ ବାସନ୍ଦର ପୁନଃ ବିଚାର କରି ଗାଁରେ ରହିବାକୁ ଅନୁମତି ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି ବାସନ୍ଦ ପରିବାର  । ଏହି ସଂପର୍କରେ ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  । ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ବାସନ୍ଦ ପରିବାର ନିବେଦନ କରିଛନ୍ତି  । ସୋସିଆଲ୍ ମିଡିଆରେ ମଧ୍ୟ ମାଆ ନିବେଦନ କରିଛନ୍ତି ।

{"id":172323}

ସମାଜିକ ବାସନ୍ଦ ତାହା ପୁଣି ସରକାରୀ ଚାକିରି କରିବାରୁ । ଏହା ଆଦୌ ଗ୍ରହଣୀୟ ନୁହେଁ  । ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ଅପେକ୍ଷା ।

wp:core-embed/youtube {"url":"https://www.youtube.com/watch?v=gONpY8gVS9M","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=gONpY8gVS9M
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.