ରାଇରଙ୍ଗପୁରରେ ପାଣି ପାଇଁ ରାସ୍ତାରୋକ ; କେନାଲରେ ପାଣି ଛାଡିବାକୁ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ
9/10/2018 at 11:17 AM

ମୟୁରଭଞ୍ଜ ୯|୧୦: ପାଣି ପାଇଁ ପୁଣି ରାସ୍ତାରୋକ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ହଲଦା ପଞ୍ଚାୟତର ସିଜୁକଳା ଗ୍ରାମର ଶତାଧିକ ମହିଳା ପୁରୁଷ ରାଇରଙ୍ଗପୁର-ଜାମଡା ମୁଖ୍ୟ ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରୁଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୀର୍ଘଦିନ ଦିନ ହେଲା କେନାଲରେ ପାଣି ଅସୁନଥିବା ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ପୁଲିସ ମୁତୟନ କରାଯାଇଛି। ତେବେ ଆନ୍ଦୋଳନକୁ ଦେଖି ଜଳସେଚନ ବିଭାଗ କେନାଲ ରେ ପାଣି ଛାଡିଥିବା ସୂଚନା ମିଳିଛି।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021