କୋରାପୁଟରେ ପାଣି ପାଇଁ ରାସ୍ତାରୋକ ; ରାସ୍ତା ଉପରେ ହାଣ୍ଡି ରଖିବା ସହ ନିଆଁ ଲଗାଇ ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକ

Published By : Prameya-News7 Bureau | November 13, 2018 IST

କୋରାପୁଟ ୧୩|୧୧:   ପାଣି ପାଇଁ ରାସ୍ତା ରୋକ। କୋରାପୁଟ ଜିଲ୍ଲା ଦଶବନ୍ତପୁର ବ୍ଲକ୍ ସଦର ମହକୁମାରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷମାନେ ରାସ୍ତା ଉପରେ ହାଣ୍ଡି ରଖିବା ସହିତ ନିଆଁ ଲଗାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସକାଳୁ ସକାଳୁ କୋରାପୁଟକୁ ଯାଉଥିବା ଯାତ୍ରୀବାହୀ ବସ୍ ଗୁଡିକ ରାସ୍ତାରେ ଅଟକି ରହିଛି । ଗତ କିଛି ମାସ ତଳେ ପାଣି ଯୋଗାଇବାକୁ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ କିଛି ଦିନ ହେବ ପାଣି ଯୋଗାଣ ବନ୍ଦ ହୋଇଥିବାରୁ ଏହାକୁ ମରାମତି କରିବାକୁ ଗ୍ରାମ୍ୟ ଜଳ ଯୋଗାଣ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ସୁଫଳ ମିଳି ନଥିବାରୁ ବାଧ୍ୟ ହୋଇ ଥାନା ସମ୍ମୁଖରେ ରାସ୍ତା ବନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.