ଜେଲ୍ରେ କଏଦୀଙ୍କ ମୃତ୍ୟୁ ଘଟଣା ; ମୃତ କଏଦୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
3/12/2018 at 11:06 AM

କନ୍ଧମାଳ ୦୩|୧୨: ଫୁଲବାଣୀ ଜେଲ୍ ରେ କଏଦୀ ମୃତ୍ୟୁ ଘଟଣାକୁ ନେଇ ତୁମୁଡିବନ୍ଧଠାରେ ରାସ୍ତାରୋକ କରିଛନ୍ତି ଖଣ୍ଡିଆଗୁଡା ଗ୍ରାମବାସୀ ।ମୃତ କଏଦୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ଅନସାରେ ଗତ ଡିସେମ୍ବର ୧ତାରିଖରେ ଜେଲ୍ ରେ ୨ କଏଦୀଙ୍କ ମଧ୍ୟରେ ମାର୍ପିଟ ହୋଇଥିଲା । ମାରପିଟ୍ରେ ଲକ୍ଷ୍ମଣ ନାୟକ ନାମକ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଖଣ୍ଡିଆଗୁଡା ଗାଁର ଲକ୍ଷ୍ମଣ ନାୟକ ଜଣେ ନାବାଳିକାକୁ ଦୁର୍ଷ୍କମ ମାମଲାରେ ୮ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ଗତ ୨୦୧୩ରୁ ସଜ୍ଜା କାଟୁଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମଣର ମୃତ୍ୟୁ ହୋଇଥିଲା । ସେହିପରି ଆକ୍ରମଣ କରିଥିବା କାହ୍ନୁ ପ୍ରଧାନ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ୨୦୦୬ରୁ ଆଜୀବନ ସଜ୍ଜା କାଟୁଛି। କାହ୍ନୁର ମାନସିକ ଅବସ୍ଥା ଭଲନଥିବା ଜେଲ୍ ସୁପରିଟେଣ୍ଡେଣ୍ଟ କହିଥିଲେ। ଫଳରେ ସେ ଅତର୍କିତ ଭାବେ ଲକ୍ଷ୍ମଣଙ୍କ ଉପରକୁ ଆକ୍ରମଣ କରିଥିଲା ବୋଲି ସୁପରିଟେଣ୍ଡେଣ୍ଟ କହିଥିଲେ । ଫୁଲବାଣୀ ଜେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସତ୍ତ୍ବେ କିଭଳି କଏଦୀଙ୍କ ମଧ୍ୟରେ ମାରପିଟ୍ ହେଲା ଓ ଜଣଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାଉନଥାନା ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଆଜି ଏହାକୁ ନେଇ ଖଣ୍ଡିଆଗୁଡା ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି ।