ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ ; ମଦ ଦୋକାନ ଜାଳିଦେଲେ ଉତ୍ତ୍ୟକ୍ତଲୋକ, ପୁଲିସ ସହ ଧସ୍ତାଧସ୍ତି
19/12/2018 at 3:00 PM

ଖୋର୍ଦ୍ଧା ୧୯|୧୨: ଜଟଣୀରେ ମଦ ଦୋକାନ ଜାଳିଦେଲେ ଲୋକ । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଜଟଣୀ-ତଳଖେଦାମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଉତ୍ତ୍ୟକ୍ତଲୋକ । ମଦ ଦୋକାନକୁ ମଧ୍ୟ ଜାଳିଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ତେବେ ରାସ୍ତାରେ ମୃତଦେହ ରଖି ସ୍ଥାନୀୟଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଗ୍ରାମବାସୀଙ୍କ ପୋଲିସର ଧସ୍ତାଧସ୍ତି ହୋଇଛି । ରାସ୍ତା ସଂପ୍ରସାରଣ ସହ, ନିକଟରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି କରିଛନ୍ତି ଲୋକ ।

ଗତକାଲି ମଦ ଦୋକାନ ଆଗରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ହେଉଛନ୍ତି ଜଟଣୀ ଥାନା ଗୋବିନ୍ଦପୁର ଗାଁର ଜଗନ୍ନାଥ ବରାଳ । ଯୁବକଙ୍କ ମୃତ୍ୟୁକୁ ନେଇ ଆଜି ରାସ୍ତା ଅବରୋଧ କରିଛନ୍ତି ଲୋକେ । କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତଲୋକ । ଜଟଣୀ ଗେଟ୍ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ଫଳରେ ଜଟଣୀ-ତଳଖେଟା ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଛନ୍ତି ଉତ୍ତ୍ୟକ୍ତଲୋକ । ମୃତକ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ମଦ ଦୋକାନୀ ଦେବ ବୋଲି ଜଣାପଡିଛି ।