ଯୁବକଙ୍କୁ ଗିରଫ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

Published By : Prameya-News7 Bureau | June 05, 2019 IST

ଉଦଳା ୫|୬: ଯୁବକଙ୍କୁ ଗିରଫ ପ୍ରତିବାଦରେ ରାସ୍ତାରୋକ । ତଲଡା ଗାଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଆର.ଉଦୟଗିରି ଥାନା ତଲଡା ଗାଁରେ ଉତ୍ତେଜନା ଲାଗି ରହିଛି । ଗତକାଲି ଏକ ମାମଲାରେ ଜଣେ ଯୁବକଙ୍କୁ ଘରୁ ଉଠାଇନେଇଥିଲା ରାୟଗଡ ପୋଲିସ ।

ସୂଚନା ଅନୁସାରେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ତଲଡା ଗାଁର ଜଣେ ଯୁବକ ପ୍ରଦୀପ ନାୟକଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗତକାଲି ରାତିରେ ମାଡମାରିବା ସହ ଘରୁ ଉଠାଇନେବା ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ତଲଡା ଗାଁ ମୁଖ୍ୟରାସ୍ତା ଅବରୋଧ ଯୋଗୁଁ ବ୍ରହ୍ମପୁର ଓ ଆର.ଉଦୟଗିରି ରାସ୍ତାରେ ଗାଡ଼ି ଚଳ।ଚଳ ଠପ୍ ହୋଇଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଗତକାଲି ରାୟଗଡା ପୋଲିସ ପ୍ରଦୀପ ନାୟକଙ୍କୁ ଉଠାଇନେଇଥିବା ବେଳେ ଆଜି ଗାଁରେ ଉତ୍ତେଜନା ଦେଖାଦେବ। ସହ ତୁରନ୍ତ ତାଙ୍କୁ ଛାଡ଼ିଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.