ଡଙ୍ଗା ପାଇଁ ରାସ୍ତାରୋକ, ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋର ଧରିଲା ଦାବି

Published By : Prameya-News7 Bureau | August 30, 2020 IST

ପଟ୍ଟାମୁଣ୍ଡାଇ ୩୦।୮: ଡଙ୍ଗା ପାଇଁ ରାସ୍ତାରୋକ । ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ଦାଣ୍ଡି ଗାଁ ଲୋକେ ଅବରୋଧ କଲେ ରାସ୍ତା । ପାଣି ଘେରରେ ଥିବା ଲୋକମାନଙ୍କ ଉଦ୍ଧାର କରିବାକୁ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ ।

ଶନିବାରଠାରୁ କିଛି ମହିଳା ପାଣି ଘେରରେ ରହିଯାଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ଡଙ୍ଗା ଯୋଗାଇ ନଦେବାରୁ ରାସ୍ତାକୁ ଓହ୍ଲାଇଲେ ଲୋକେ । ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତା ମଦନପୁରଠାରେ ଟାୟାର ଜାଳି ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.