Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

4/09/2019 at 9:21 AM

କରଞ୍ଜିଆ ୪୯: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ପୁଣି ଘରଦ୍ବାର ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ । ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ଲୋକେ । କ୍ଷତିପୂରଣ ଦାବିରେ ଅନ୍ଧାରଝରି ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କରଞ୍ଜିଆ-ଖିଞ୍ଚି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଆଜି ପୁଣି କରଞ୍ଜିଆ ବନଖଣ୍ଡ ଅନ୍ଧାରଝରି ଗାଁରେ ୬ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଦେଇଛନ୍ତି ହାତୀପଲ । ହାତୀ ପଲରେ ୨୨ଟି ଝାଡ଼ଖଣ୍ଡି ହାତୀ ଅଛନ୍ତି । କିଛି ଦିନ ହେଲା ଅଞ୍ଚଳ ଛାଡି ଯାଉନାହାନ୍ତି ହାତୀପଲ । ବନ ବିଭାଗ ହାତୀଙ୍କୁ ଜନସବତି ଅଞ୍ଚଳରୁ ଶୀଘ୍ର ଘଉଡାଇବାକୁ ଦାବି କରିଛନ୍ତି ଲୋକେ ।

   Related Posts