ବଲାଙ୍ଗିର ୧୧|୬: ବଲାଙ୍ଗିରରେ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଜନତା । ରାସ୍ତାରୋକ ସହ ସମସ୍ୟାର ସମାଧାନ ଦାବି କରିଥିଲେ ସ୍ଥାନୀୟଲୋକ । ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ଦୀର୍ଘ ଦୁଇ ଘଣ୍ଟା ବୁଝାସୁଝା କରିବା ପରେ ହଟିଲା ରାସ୍ତାରୋକ । ଗତକାଲି ସନ୍ଧ୍ୟାରେ ହଠାତ୍ ଜୋରରେ ପବନ ବହିବା ସହ ଘଡଘଡି ଓ ବର୍ଷା ହୋଇଥିଲା । ଜୋରରେ ପବନ ବୋହିବା ଯୋଗୁଁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡିବାରୁ ଲାଇନ୍ ତାର ଛିଣ୍ଡି ଯିବା ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ଠପ୍ ହୋଇ ପଡିଥିଲା । ସେହିପରି ବଲାଙ୍ଗିର-ଟିଟିଲାଗଡ ୨୬ ନଂ ଜାତୀୟ ରାଜପଥ ସିନଖମନ ନିକଟ ମୁଖ୍ୟ ରାସ୍ତା ଉପରେ ଗଛ ପଡିବା ଫଳରେ ଦାର୍ଘ ସମୟ ଧରି ରାସ୍ତା ଜାମ୍ ହୋଇ ପଡିଥିଲା । ଫଳରେ ପାଖାପାଖି ୪ ଘଣ୍ଟା ଧରି ଗାଡିମଟର ଚଳାଚଳ ଠପ୍ ହୋଇ ପଡିଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ରାସ୍ତା ଉପରୁ ଗଛ ହଟାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...