Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଚିକିତ୍ସା ଦାବି, ରୋଗୀଙ୍କୁ ଶୁଆଇ ରାସ୍ତା ଅବରୋଧ

21/10/2020 at 11:37 AM

ବାଙ୍କୀ ୨୧।୧୦: ବାଙ୍କୀ ଥାନା ଅନ୍ତର୍ଗତ କଳାପଥର-ବାଙ୍କୀ ମୁଖ୍ୟ ରାସ୍ତାର ବୋତଲମା ଛକ ନିକଟରେ ରାସ୍ତାରୋକ କରିଛନ୍ତି ଯୁବକ ସଂଘ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଙ୍କୀ ବ୍ଲକ ଅନୁଆରୀ ପଂଚାୟତ ଅନ୍ତର୍ଗତ ବୋତଲମା ଗ୍ରାମର ନବ ଦେହୁରୀ ନାମକ ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ବାମ ଗୋଡରେ ଆଘାତ ଲାଗିବା ଯୋଗୁଁ ଦୀର୍ଘ ଦିନ ଧରି ଏକ କୋଠରୀ ମଧ୍ୟରେ ରହି ଆସୁଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲେ ମଧ୍ୟ ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବାଙ୍କୀ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଶେଷରେ ଏହି ଅସହାୟ ବ୍ୟକ୍ତିଙ୍କୁ କିଭଳି ସରକାରୀ ଚିକିତ୍ସା ମିଳିପାରିବ ସେ ନେଇ ଗ୍ରାମର କିଛି ଯୁବଗୋଷ୍ଠୀ ଏକାଠି ହୋଇ ସଂପୃକ୍ତ ବ୍ୟକ୍ତିଙ୍କୁ ରାସ୍ତାରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନଏହି ଅସହାୟବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆଗେଇ ନ ଆସିଛି ସେ ପର୍ଯ୍ୟନ୍ତ ରାସ୍ତା  ଅବରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିନାହିଁ ।

   Related Posts