ଜଳ ଅଭାବର ସମାଧାନ ପାଇଁ ଗରା ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ
21/05/2019 at 2:38 PM

କଳାହାଣ୍ଡି ୨୧|୫: ଟାଇଁ ଟାଇଁ ଖରାରେ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ୪୨ ଡିଗ୍ରୀ ଟାଣ ଖରାରେ ଲୋକେ ଜଳ ଅଭାବର ସମାଧାନ ପାଇଁ ଗରା ବାଲଟି ରଖି ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତି ନେଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡୁଂରୀଗୁଡାରେ । ଟାଣ ଖରାରେ ଗରା ବାଲଟି ରଖି ମହିଳା, ପୁରୁଷ, ଶିଶୁ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ ।

ସୂଚନାଯୋଗ୍ୟ ଯେ, ୨୫ ଶହ ଜନସଂଖ୍ୟା ବିଶିଷ୍ଠ ଡୁଂରୀଗୁଡାରେ ରହିଥିବା ୬ଗୋଟି ନଳକୂପ ମଧ୍ୟରୁ ୪ଗୋଟି ଅଚଳ ହୋଇପଡିଛି । ବାକି ରହିଥିବା ଦୁଇ ଗୋଟି ନଳକୂପରୁ ୨୫ଶହ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନାହିଁ । ପଞ୍ଚାୟତଠାରୁ ବ୍ଲକ୍ ପର୍ଯ୍ୟନ୍ତ ଅଭିଯୋଗ ସତ୍ବେ ନାଁ ନଳକୂପ ମରାମତି କରାଗଲା ନା ବିକଳ୍ପ ଭାବେ ଟ୍ୟାଙ୍କର ଯୋଗେଁ ପାନୀୟ ଜଳ ଯୋଗାଣ କରାଗଲା । ଫଳରେ ଲୋକେ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।