ବିଦ୍ୟୁତ୍ ସେବାକୁ ନେଇ ବାରଙ୍ଗ ଅଞ୍ଚଳରେ ପୁଣି ଉତ୍ତେଜନା, ରାସ୍ତାରୋକ କଲେ ଗ୍ରାମବାସୀ

Published By : Prameya-News7 Bureau | May 14, 2019 IST

ବାରଙ୍ଗ ୧୪|୫: ବିଦ୍ୟୁତ୍ ସେବାକୁ ନେଇ ଭୁବନେଶ୍ବର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି । ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତଲୋକ । ବାରଙ୍ଗ ବ୍ଲକ୍ ରତାଗଡ ଏବଂ ନୂଆସାହି ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ରତାଗଡ଼ ରେଲୱେ ଓଭରବ୍ରିଜ ନିକଟରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରି ନାରାବାଜି କରିଥିଲେ । ଫଳରେ ବାଙ୍କୀ-ବାରଙ୍ଗ ମଧ୍ୟରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

{"id":111658}

ବାତ୍ୟା ଫୋନିକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ ରାସ୍ତା ଅବରୋଧ କରିଥିବା ଗ୍ରାମବାସୀଙ୍କୁ ପୋଲିସ ବଳପୂର୍ବ ଉଠାଇ ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବାରଙ୍ଗ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.