ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | January 01, 2019 IST

ରାଇରଙ୍ଗପୁର ୦୧|୦୧: ବହଳଦା ଥାନା ଦୁନ୍ଦୁ ଗାଁରେ କାର୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ରାସ୍ତାଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକଙ୍କ । ବହଳଦାରେ ଏନଏଚ ୨୨୦କୁ ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି । ଫଳରେ ରାଇରଙ୍ଗପୁର-ଟାଟା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଗତକାଲି ରାତିରେ ବହଳଦା ଥାନା ଦୁନ୍ଦୁରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଇଣ୍ଡିକା କାର୍ । ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଦୁନ୍ଦୁ ଗାଁରେ ଆଲତାଫ ହୁସେନ ଓ ମସରୁମ ଆଲମ । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.