ସବ୍ ରେଜିଷ୍ଟ୍ରି ଅଫିସ୍ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

Published By : Prameya-News7 Bureau | May 15, 2019 IST

ଆନନ୍ଦପୁର ୧୫|୫: ସବ୍ ରେଜିଷ୍ଟ୍ରି ଅଫିସ୍ ସ୍ଥାନାନ୍ତର ଦାବିରେ ରାସ୍ତା ରୋକ ହୋଇଛି । ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ର ସାଇଁକୁଳ ଛକଠାରେ ରାସ୍ତାରୋକ ହୋଇଛି । ସାଇଁକୁଳ ଗ୍ରାମବାସୀ ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇଛନ୍ତି । ସାଇଁକୁଳ ଅଞ୍ଚଳର ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ଘଷିପୁରାଠାରେ ଏକ ଭଡା ଘରେ ଚାଲୁଛି । 

{"id":111986}

ଅନେକ ଦିନ ହେବ  ସାଇଁକୁଳବାସୀ  ସବ୍ ରେଜିଷ୍ଟ୍ରି ଅଫିସ୍ ନିଜ ଅଞ୍ଚଳରେ କାର୍ଯ୍ୟକ୍ଷମ କରାଇବାକୁ ଦାବି କରି ଆସୁଛନ୍ତି । ବିଭିନ୍ନ ସମୟରେ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଧାରଣା ଓ ଆନ୍ଦୋଳନ ମଧ୍ୟ କରାଯାଇଛି । ଏପରିକି ସବ୍ ରେଜିଷ୍ଟର ଅଫିସ୍ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରୁ ମଧ୍ୟ ନିର୍ଦେଶ ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

{"id":111987}

ଗତ ଦୁଇ ବର୍ଷ ହେବ ସାଇଁକୁଳ ଠାରେ ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟ ପାଇଁ ନିଜସ୍ବ ଗୃହ ପ୍ରତିଷ୍ଠା ହୋଇଛି । ଏହା ସତ୍ବେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରନଯିବାରୁ  ଆନ୍ଦୋଳନ ଚାଲିଥିବା କହିଛନ୍ତି ଆନ୍ଦୋଳନକାରୀ । ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି । ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.