ରାସ୍ତା ପାଇଁ ରାସ୍ତାରୋକ ; ଗାଁକୁ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

Published By : Prameya-News7 Bureau | December 26, 2018 IST

ଚାନ୍ଦବାଲି ୨୬|୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍  ତେନ୍ତୁଳିଡିହି ପଂଚାୟତ କୁଲ୍ଲିବିନ୍ଦା ଓ ଗୁଆଳିବିନ୍ଦା ଦୁଇଟି ଗଁ।କୁ ସ୍ଥାୟୀ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ଆଜି ଚାନ୍ଦବାଲି-ଆରଡ଼ି ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରିଛନ୍ତି। ଚାନ୍ଦବାଲି ସଦରଠାରୁ ମାତ୍ର ୪ କିମି ଦୂରତାରେ କୁଲିବିନ୍ଦା ଓ ଗୁଆଳିବିନ୍ଦା ଗାଁ ରହିଛି । ହେଲେ ଏହି  ଦୁଇଟି ଗାଁକୁ ଆଜିଯାଏଁ ସ୍ଥାୟୀ ରାସ୍ତାଟିଏ ହୋଇପାରୁନଥିବାରୁ ଗ୍ରାମବାସୀ ବହୁବାର ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧଙ୍କ ନିକଟରେ ଗୁହାରି କରି ନୟାନ୍ତ ହେବା ପରେ ଆଜି ରାସ୍ତାରୋକ କରି ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ ।

{"id":67282}

ଚାନ୍ଦବାଲି- ଆରଡ଼ି ମୁଖ୍ୟ ରାସ୍ତାରୁ କୁଲିବିନ୍ଦା ଓ ଗୁଆଳିବିନ୍ଦା ଗଁ।କୁ ମାତ୍ର ୨କିମି କାଦୁଅ ରାସ୍ତା ମଧ୍ୟରେ ଗୁଆଳିବିନ୍ଦା ଗଁ।କୁ ଅଣଓସାର କାଦୁଆ ରାସ୍ତାଟିଏ ରହିଛି । ବର୍ଷ। ଦିନେ ଦୁଇଟି ଗଁ।ରେ ଲୋକେ ୩ ମାସ ଜଳବନ୍ଦୀ ଭାବେ ରହିବା ସହ ସ୍ବାସ୍ଥ୍ୟ ସମସ୍ୟାଠୁ ଆରମ୍ଭ କରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଲୋକେ ବହୁ ସମସ୍ୟାରେ ରହିଥାନ୍ତି। ଅନ୍ୟପଟେ ଏହି ଦୁଇଟି ଗାଁ ବୈତରଣୀ ନଦୀ ଅବବାହିକାରେ ଥିବାରୁ ବନ୍ୟାଜଳ ସହ ନଦୀକୂଳ ଖାଇବା ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.