କ୍ଷତିପୂରଣ ଦାବିରେ ମୃତଦେହ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | June 11, 2019 IST

ଲକ୍ଷ୍ମୀପୁର ୧୧|୬: କୋରାପୁଟ ଲକ୍ଷ୍ମୀପୁରରେ ମୃତଦେହ ରଖି ରାସ୍ତା ଅବରୋଧ । ୧୨ ଘଣ୍ଟା ଧରି ରାୟଗଡାଠାରୁ କୋରାପୁଟ ସଂଯୋଗ କରୁଥିବା ଧାମଣଗଣ୍ଡାରେ ରାସ୍ତା ରୋକ ହୋଇଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଛି ।

ଗତକାଲି ହାଇଓ୍ଵା ଧକ୍କାରେ ଧାମଣଗଣ୍ଡା ଗାଁର ଧର୍ମେନ୍ଦ୍ର ତୁରୁକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ହାଇଓ୍ଵା କୋଡିଙ୍ଗା ମାଳିରୁ ବକ୍ସାଇଟ୍ ବୋଝେଇ କରି ରାୟଗଡା ଯାଉଥିବା ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ କ୍ଷତିପୂରଣ ଦାବିରେ ବସି ରହିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.