ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | July 20, 2019 IST

ତେଲକୋଇ ୨୦|୭: ଦୁର୍ଘଟଣାରୁ ଉତ୍ତେଜନା ସହ ରାସ୍ତାରୋକ । କେନ୍ଦୁଝର ଜିଲ୍ଲା ତେଲକୋଇ କତରାପାଲି ଗାଁରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀ ତେଲକୋଇ-କାଞ୍ଜିପାଣି ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତଲୋକ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଯୁବକ ଖକନ ସାହୁ ଡ୍ରେନ୍ ଉପରେ ବସି ଫୋନରେ କଥା ହେଉଥିବାବେଳେ କାଞ୍ଜିପାଣି ଆଡୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ମେଡିକାଲରୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.