Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଅସଂଯତ ଅବସ୍ଥାରେ ଧରାପଡି ବିବାହିତା ମହିଳା ଅପଦସ୍ତ : ପ୍ରେମିକ ସହ ଗଛରେ ବନ୍ଧାହେଲେ, ଉଦ୍ଧାର କଲା ପୋଲିସ

24/03/2020 at 5:34 PM

ଉଦଳା ୨୪।୩: ପରକୀୟ ପ୍ରିତୀ ପଡିଲା ମହଙ୍ଗା । ଅସଂଯତ ଅବସ୍ଥାରେ ଧରାପଡିବା ପରେ ଉଭୟ ମହିଳା ଏବଂ ଯୁବକଙ୍କୁ ଗଛରେ ବାନ୍ଧିଦେଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗ ନାବରା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଉଦଳା ଥାନା ନାବରା ଗ୍ରାମର ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କର ପ୍ରେମ ସଂପର୍କ ଥିଲା । ସୋମବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ରଥପୁର ଗ୍ରାମରେ ରହୁଥିବା ସଂପୃକ୍ତ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସିଥିଲେ । ତେବେ ମହିଳାଙ୍କ ଏପରି ପରକୀୟା ପ୍ରିତୀକୁ ତାଙ୍କ ପରିବାରଲୋକ ପସନ୍ଦ କରୁନଥିବା ବେଳେ ଲୁଚାଛପାରେ ମିଳାମିଳା କରୁଥିବା  ମହିଳା ଓ ତାଙ୍କ ପ୍ରେମିକଙ୍କୁ ଅସଂଯତ ଅବସ୍ଥାରେ ଧରିନେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଉଭୟ ମହିଳା ଏବଂ ଯୁବକଙ୍କୁ ଗଛରେ ବାନ୍ଧି ରଖିଥିଲେ । ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କୁ ଗଛରେ ବାନ୍ଧି ରଖିଥିବା ବେଳେ ଏହାର ସମାଧାନ ନେଇ ଏକ ବୈଠକ ମଧ୍ୟ ବସିଥିଲା । ତେବେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମହିଳା ଏବଂ ଯୁବକଙ୍କୁ ଉଦ୍ଧାର କରିଛି । ଏହା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts