Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବୋରିଂରୁ ଚୋରି କଲେ ମଟର, ୩ ଯୁବକଙ୍କୁ ଗାଁ ଦାଣ୍ଡ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

15/04/2021 at 12:28 PM

ମୋରଡା ୧୫।୪: ବୋରିଂରୁ ମଟର ଚୋରି ଅଭିଯୋଗ । ୩ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧିଲେ ଗ୍ରାମବାସୀ । କଙ୍ଗାରୁ କୋର୍ଟରେ ବିଚାର କଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣାଟି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳରେ ଘଟିଥିବା ଭାଇରାଲ୍ ଭିଡିଓରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଚିକିଟାମାଟିଆର କାର୍ତ୍ତିକ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ବୋରିଂରୁ ମଟର ଚୋରି କରି ଗଛରେ ବନ୍ଧା ହେଲେ ୩ ଯୁବକ। ତେବେ ବୋରିଂ  ମଟର ଚୋରି କରି ବିକି ଦେଇଥିବାରୁ ସେମାନଙ୍କୁ  ଧରି  ଗଛରେ  ବାନ୍ଧି ଏଭଳି  ଦଣ୍ଡ ଦେଉଛନ୍ତି । ଏଭଳି ଏକ ସାଙ୍ଘାତିକ ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୧୨ତାରିଖରେ ଅଭିଯୁକ୍ତମାନେ ଚୋରି କରିଥିବା ବେଳେ ୧୩ ତାରିଖ ସେହି ଅଭିଯୁକ୍ତମାନେ ବୋରିଂ ମଟର ବିକ୍ରି ପାଇଁ ଉଦ୍ୟମ କରି ଧରାପଡିଥିବା କୁହାଯାଉଛି ।  ତେବେ ୧୪ ତାରିଖ ଗ୍ରାମବାସୀ ଏବଂ କାର୍ତ୍ତିକ ହେମ୍ବ୍ରମ ତାଙ୍କୁ ଧରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଚର୍ଚ୍ଚା ହେଉଛି।  ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉଦ୍ୟମରେ ସମାଧାନ ହୋଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି । ଚିକିଟାମାଟିଆ ଗ୍ରାମର କେତେକ ଯୁବକ ମୋରଡ଼ା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ଏକ ସାଙ୍ଘାତିକ ଘଟଣା ସମ୍ପର୍କରେ ପୋଲିସ କୌଣସି ଖବର ନ ପାଇବା ସାଧାରଣରେ ଚର୍ଚ୍ଚା ହେଉଛି ।

   Related Posts