ବାଇକ୍ ଚୋରି ପଡିଲା ମହଙ୍ଗା, ଚୋରକୁ ଖୁଣ୍ଟରେ ବାନ୍ଧି ପୋଲିସର ଜିମାଦେଲେ ଗ୍ରାମବାସୀ

Published By : Prameya-News7 Bureau | December 02, 2020 IST

ନୂଆପଡା ୨।୧୨: ବାଇକ୍ ଚୋରି କରିବା ପଡିଲା ମହଙ୍ଗା । ଲୋକଙ୍କ ହାତରେ ଧରାପଡିଲା ଚୋର । ଚୋରକୁ ଖୁଣ୍ଟରେ ବାନ୍ଧିବା ସହ ପୋଲିସର ଜିମାଦେଲେ ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମରେ ଘଟିଛି ଅଘଟଣ । ଧରା ପଡିଥିବା ଯୁବକ ଜଣକ ବୋଡେନ ଥାନା ଦାବରୀ ଗ୍ରାମର ରୁପସିଂ ଜଗତ ।

ମଙ୍ଗଳବାର ରାତିରେ ଡୁଆଝର ଗ୍ରାମର ଗଣ୍ଡା ସତନାମୀଙ୍କ ଘରୁ ଏକ ବାଇକ୍ ଚୋରି କରି ସ୍ଥାନୀୟ ସରଧାପୁରଠାରେ ରଖି ପୁଣି ଡୁଆଝର ଗ୍ରାମର ରୋଦନ ମେହେରଙ୍କ ବାଇକ୍ ଚୋରି କରି ନେଉଥିବା ସମୟରେ ସ୍ଥାନୀୟ କିଛି ଲୋକ ସନ୍ଦେହ କରିଥିଲେ । ପରେ ପଚରାଉଚରା କରିବା ପରେ ଗାଡି ଚୋରି କରିନେଉଥିବା ଜଣାପଡିଥିଲା । ତାକୁ ଧରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଖଡିଆଳ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଚୋରି ବାଇକ୍ ଉଦ୍ଧାର କରିବା ସହ ବାଇକ୍ ଚୋରୀ କରିଥିବା ଯୁବକକୁ ସେଠାରୁ ଉଦ୍ଧାର କରିଛି । ଏକ ମାମଲା ରୁଜୁ କରିବା ସହ ଥାନାରେ ଯୁବକକୁ ଅଟକ ରଖାଯାଇଥିବା ଖଡିଆଳ ଥାନା ଅଧିକାରୀ କହିଛନ୍ତି । ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ତା ଉପରେ ମଧ୍ୟ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.