ଗୁଣିଗାରେଡି ସନ୍ଦେହରେ ନୀଳଗିରି ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ମାଡ ମାରିଲେ ଗ୍ରାମବାସୀ

Published By : Prameya-News7 Bureau | October 22, 2018 IST

ବାଲେଶ୍ବର ୨୨|୧୦: ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମାଡ ମାରିଲେ ଗାଁ ଲୋକ । ବାଲେଶ୍ବର ଜିଲ୍ଲା ନୀଳଗିରି କଲ୍ୟାଣୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁର ଶ୍ରୀମତୀ ସିଂ ନାମକ ଜଣେ ବୃଦ୍ଧାଙ୍କ ନାଁରେ ଗୁଣିଗାରେଡି କରୁଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଶ୍ରୀମତୀଙ୍କୁ ମାରଧର କରିଥିଲେ ଗ୍ରାମବାସୀ । ଲୋକଙ୍କ ଆକ୍ରମଣରେ ବୃଦ୍ଧା ଜଣଙ୍କ ଗୁରୁତ ହୋଇଛନ୍ତି । ଗୁରୁତର ବୃଦ୍ଧାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାରଲୋକ । ଏ ନେଇ ବୃଦ୍ଧାଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗାଁ ଲୋକ ମଧ୍ୟ ବୃଦ୍ଧାଙ୍କ ନାଁରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.