ନାବାଳିକାଙ୍କୁ ଅସଦାଚରଣ ପଡିଲା ମହଙ୍ଗା, ଯୁବକକୁ ଜୋତା ମାଳ ପିନ୍ଧାଇ ନିସ୍ତୁକ ପିଟିଲେ ଗ୍ରାମବାସୀ

Published By : Prameya-News7 Bureau | December 02, 2019 IST

ଢେଙ୍କାନାଳ ୨: ନାବାଳିକାଙ୍କୁ ଅସଦାଚରଣ କରୁଥିବା ଯୁବକକୁ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ଢେଙ୍କାନାଳ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ଏହି ଘଟଣା ଘଟିଛି । ଯୁବକ ଜଣକୁ ଗାଁ ଲୋକେ ଜୋତା ମାଳ ପିନ୍ଧାଇବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଯୁବକ ଜଣଙ୍କ ଲଗାତର ଦୁର୍ବ୍ୟବହାର କରିଆସୁଥିଲେ । ଏଥିରେ ନାବାଳିକାଙ୍କ ପରିବାର ଲୋକେ ଅତିଷ୍ଠ ହୋଇପଡ଼ିଥିଲେ । ଶେଷରେ ଗାଁ ଲୋକେ ଯୁବକକୁ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଯୁବକକୁ ଖୁଣ୍ଟରେ ବାନ୍ଧି ଜୋତାମାଳ ପିନ୍ଧାଇ ଦେଇଥିଲେ ।

ପରେ ଯୁବକକୁ ଏକ ଅଟୋରେ ବସାଇ ଗାଁ ପରିକ୍ରମା କରିବା ସହ ରାସୋଳ ଥାନାକୁ ନେଇଥିଲେ। କିନ୍ତୁ ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା  ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.