ମକର ମେଳାରେ ଚୋରୀ କରିବାକୁ ଆସି ନିର୍ଦ୍ଧୁମ ଛେଚା ଖାଇଲା ଚୋର

Published By : Prameya-News7 Bureau | January 17, 2019 IST

ଭଦ୍ରକ ୧୭|୧: ମକର ମେଳାରେ ଚୋରୀ କରିବାକୁ ଆସି ନିର୍ଦ୍ଧୁମ ଛେଚା ଖାଇଲା ଚୋର। ଭଦ୍ରକ ସଦାବ୍ରତ ଗାଁରେ ମକର ମେଳା ଚାଲିଥିବା ବେଳେ ୬ ଜଣ ଚୋର ଗାଁକୁ ଚୋରୀ କରିବାକୁ ଆସିଥିଲେ। ଗାଁ ଲୋକେ ମକର ମେଳା ଅବସରରେ ଯାତ୍ରା ଦେଖୁଥିବା ବେଳେ ଗ୍ରାମବାସୀଙ୍କ ଘରେ ପଶି ଲୁଟ୍  ଉଦ୍ୟମ କରୁଥିଲେ ୬ ଲୁଟେରା। ତେବେ ଗାଁ ଲୋକେ ଏ ସଂପର୍କରେ ଜାଣିବା ପରେ ୫ଜଣ ଖସି ଯାଇଥିବା ବେଳେ ଜଣେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ିଥିଲା। ଧରାପଡ଼ିଥିବା ଲୁଟେରାକୁ ଗାଁ ଲୋକେ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି। ପରେ ପୋଲିସ ତାକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ଚୋର ମାନେ ବ୍ୟବହାର କରିଥିବା ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.