Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କୁ ଧରି ନିର୍ଧୁମ ଛେଚିଲେ ଲୋକେ

4/09/2019 at 4:46 PM

ବାଲେଶ୍ବର ୪: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନିକଟ ଜମାଳପୁର ବାଇପାସ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ମାରଣାନ୍ତକ ଆକ୍ରମଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାୟାରାମଚନ୍ଦ୍ରପୁର ଗ୍ରାମର ଯୁବ ବ୍ୟବସାୟୀ ଅଭିମନ୍ୟୁ ସାହୁ ଘରକୁ ଫେରୁଥିଲେ । ତାଙ୍କ ପାଖରେ ଟଙ୍କା ଥିବା ସନ୍ଦେହ କରି ଦୁର୍ବୁତ୍ତମାନେ ଜମାଳପୁର ବାଇପାସ ନିକଟରେ ପଛପଟୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାତ୍ର ଅଭିମନ୍ୟୁ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଧାନବିଲକୁ ଠେଲି ଦେବାରୁ ଦୁର୍ବୃତ୍ତମାନେ ଗାଡିରୁ ପଡିଯାଇ ବିଲକୁ ଦୌଡି ପଳାଇ ଯାଇଥିଲେ । ବିଲରେ କାମ କରୁଥିବା ଲୋକେ ଏହା ଦେଖି ଚୋର ମାନଙ୍କୁ ଗୋଡେଇ ଗୋଡେଇ କାବୁକରି ନିର୍ଧୁମ ଛେଚିଥିଲେ । ପୋଲିସକୁ ଜିମାଦେଲେ । ଏହାପରେ ଗୁରୁତର ଅଭିମନ୍ୟୁଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଦିନ ଦ୍ବିପ୍ରହରରେ ଏଭଳି ଆକ୍ରମଣ ଘଟିଲା ପରେ ସ୍ଥାନୀୟ ଲୋକମାନଙ୍କ ଭିତର କୋକୁଆ ଭୟ ଖେଳିଯାଇଛି ।

   Related Posts