Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ମାଲକାନଗିରି ୨୬।୧: ମାଓବାଦୀଙ୍କୁ ମାରିଦେଲେ ଗାଁ ଲୋକ । ଗ୍ରାମବାସୀମାନେ ମିଳି ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ଯୋଡାଆମ୍ବ ପଞ୍ଚାୟତ ଜନ୍ତୁରାଇ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଗାଁକୁ ଆସିଥିଲେ ୨୦ରୁ ୨୫ ମାଓବାଦୀ । ଗାଁରେ ଚାଲିଥିବା ଉନ୍ନୟନମୂଳକ କାମକୁ ସେମାନେ ବିରୋଧ କରିଥିଲେ । ଯାହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମାଓବାଦୀମାନେ ସେମାନଙ୍କୁ ଡରାଇ ଧମକାଇଥିଲେ । ଫଳରେ ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡିଛି ।

   Related Posts