Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଫାର୍ରୁଖାବାଦ: ପିଲାଙ୍କୁ ବନ୍ଧକ କରିଥିବା ଯୁବକର ପତ୍ନୀକୁ ପିଟିପିଟି ମାରିଦେଲେ ଲୋକେ

31/01/2020 at 4:15 PM

ଫାର୍ରୁଖାବାଦ୍ ୩୧।୧:  ଉତ୍ତରପ୍ରଦେଶ ଫାର୍ରୁଖାବାଦ ବନ୍ଧକ ଘଟଣାରେ ସୁଭାଷ ବାଥମର ପତ୍ନୀଙ୍କୁ ଗାଁ ଲୋକେ ପିଟିପିଟି ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ସହ ଗୁଳିବିନିମୟରେ ସୁଭାଷର ମୃତ୍ୟୁ ହୋଇଥିଲା। ପୋଲିସ ଘରର ବେସମେଣ୍ଟରେ ବନ୍ଧକ ଥିବା ସୁଭାଷର ପତ୍ନୀ ଓ ୨୫ ଜଣ ପିଲାଙ୍କୁ ସକୁଶଳ ଉଦ୍ଧାର କରିଥିଲା। ତେବେ ପିଲା ଉଦ୍ଧାର ହେବା ପରେ ଗାଁ ଲୋକେ ସେମାନଙ୍କ ରୋଷ ଦୁର୍ବୃତ୍ତର ପତ୍ନୀ ଉପରେସୁଝାଇଛନ୍ତି। 

ରାତି ପ୍ରାୟ ଗୋଟାଏ ବେଳେ ପୋଲିସ ସୁଭାଷକୁ ଏନକାଉଣ୍ଟର କରିଥିଲା। ଏଥିରେ ସୁଭାଷର ମୃତ୍ୟୁ ହୋଇଥିବା ବେଳେ ପୋଲିସ ତା ପତ୍ନୀ ରୁବିକୁ ନିଜ ହେପାଜତକୁ ନେଇଥିଲା। ତେବେ ରୁବି ପୋଲିସ ଘେରରେ ଥିବା ବେଳେ ଅଚାନକ ଖସି ପଳାଇବାରୁ ଗାଁ ଲୋକେ ଗୋଡେଇ ଗୋଡେଇ ତା ଉପରକୁ ଟେକାପଥର ମାଡ କରିଥିଲେ। ଫଳରେ ରୁବି ଅଚେତ ହୋଇ ପଡିଯାଇଥିଲା। ପୋଲିସ ତାକୁ ଉଦ୍ଧାର କରି  ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଶୁକ୍ରବାର ସକାଳେ ତାର ମୃତ୍ୟୁ ହୋଇଯାଇଛି।

ସୁଭାଷ ବରେଲୀ-ଇଟାବା ଜାତୀୟ ରାଜପଥରେ ଥିବା କରଥିଆ ଗାଁର ବାସିନ୍ଦା। ଚୋରି ଅଭିଯୋଗରେ ସୁଭାଷ ୨୦୦୧ ମସିହାରେ ତା ମଉସା ମେଘନାଥକୁ ହତ୍ୟା କରିଥିଲା। ମାମଲାରେ ନିମ୍ନ ଅଦାଲତ ତାକୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ। ୧୦ ବର୍ଷ ଜେଲରେ ରହିବା ପରେ ସୁଭାଷକୁ ହାଇକୋର୍ଟରୁ ଜାମିନ ମିଳିଯାଇଥିଲା।  ସୁଭାଷ ବାହାରେ ଥିବା ବେଳେ ଏକ ଚୋରିମାମଲାରେ ଗିରଫ ହୋଇ ପୁଣି ଜେଲକୁ ଯାଇଥିବା ବେଳେ ଦେଢମାସ ତଳେ ଜାମିନରେ ମୁକୁଳିଥିଲା। ତେବେ ଗାଁ ଲୋକେ ତାକୁ ଷଡଯନ୍ତ୍ର କରି ଚୋରିମାମଲାରେ ଫସାଇଥିବା ସନ୍ଦେହରେ ଥିଲା। ଏଣୁ ସେ ନିଜ ଝିଅର ଜନ୍ମଦିନ ପାଳନ ଲାଗି ଗାଁ ପିଲାଙ୍କୁ ଡାକି ଘରେ ବନ୍ଧକ କରିଥିଲା।

କରଥିଆ ଗାଁରେ ଗତ ସନ୍ଧ୍ୟାରେ ହୋଇଥିବା ବନ୍ଧକ ନାଟକର ଜବନିକା ପଡିଥିବା ବେଳେ ଏଥିଲାଗି ଗାଁକୁ ଦିଲ୍ଲୀରୁ ଏନଏସଜି ଓ କାନପୁରରୁ ଏଟିଏସ୍‌କୁ ଡକାଇବାକୁ ପଡିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରତି ମିନିଟ୍‌ର ସୂଚନା ନେଉଥିବା ବେଳେ ଯେ କୌଣସି ପ୍ରକାରେ ପିଲାଙ୍କୁ ଅପହରଣକାରୀଙ୍କ କବଳରୁ ମୁକାଳିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

   Related Posts