କଙ୍ଗାରୁ କୋର୍ଟ ! ଚୋରି ଅଭିଯୋଗରେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

Published By : Prameya-News7 Bureau | January 12, 2021 IST

ଜଳେଶ୍ବର ୧୨।୧: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଖଗଡା ପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ । ଚୋରୀ ଅଭିଯୋଗରେ ଯୁବକକୁ ବିଦ୍ୟୁତ୍ ଖୁଣ୍ଟରେ  ବାନ୍ଧିଲେ ଗ୍ରାମବାସୀ  ।

{"id":390970,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନିଶା ସେବନ ପାଇଁ  ଯୁବକମାନେ ଏପରି  ଚୋରୀ  କରୁଥିବାରୁ  ସ୍ଥାନୀୟ ଅଞ୍ଚଳରେ  ଲୋକେ  ଅତିଷ୍ଠ ହୋଇଯାଇଥିଲେ । ସୋମବାର  ରାତି ୪ଟାରେ  ସ୍ଥାନୀୟ ଅଞ୍ଚଳର  ଜଣେ  ଲୋକଙ୍କ  ଘରୁ ପାଣି ଉଠା ମଟର  ଚୋରୀ କରୁଥିବା ବେଳେ  ଘର ଲୋକେ  ସ୍ଥାନୀୟ  ଅଞ୍ଚଳର ଯୁବକଙ୍କୁ  ଧରିଥିଲେ । ଗାଁର  ଅନ୍ୟ ଲୋକଙ୍କ ଘରୁ ବହୁ ଜିନିଷ  ଚୋରୀ  ହେଉଥିବାରୁ  ଲୋକେ  ଯୁବକଙ୍କୁ  ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି  ଉତ୍ତମ ମଧ୍ୟମ ଦେଇଥିଲେ । ମାତ୍ର  ଅଭିଯୁକ୍ତ  ଗାଡିରେ  ପେଟ୍ରୋଲ ପକାଇବାକୁ  ଯାଉଥିବା କହିଥିଲେ  ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ ।

{"id":390993,"sizeSlug":"large","linkDestination":"none"}

ଅନ୍ୟପଟେ ଗାଁରେ  ନିଶାଡିଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇ  ଏସବୁ ଚୋରୀ  ହେଉଥିବାରୁ  ଲୋକେ  ଅସନ୍ତୋଷ  ଓ  ଅତିଷ୍ଠ ହୋଇଥିବା  ଜଣାପଡିଛି । ତେବେ  ଅଭିଯୁକ୍ତକୁ  ଧରି  ଆଇନ  ହାତକୁ  ନ ନେଇ  ପୋଲିସର  ସହାୟତା ନେବାକୁ  ବୁଦ୍ଧିଜୀବୀ ମହଲରେ  ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.