ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ, ଗାଁରେ ଉତ୍ତେଜନା

Published By : Prameya-News7 Bureau | December 20, 2019 IST

ନୀଳଗିରି ୨୦।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମଛୁଆ ପଂଚାୟତ ସିଙ୍ଗିରି ଗାଁରେ ଜଣେ ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଏନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

{"id":200118,"sizeSlug":"large"}

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ପୂର୍ବରୁ ଏକ ମାମଲାରେ ସମାଧାନ ପାଇଁ ଯାଇଥିବା ୨ନମ୍ବର ୱାର୍ଡର ୱାର୍ଡ ମେମ୍ବର ପଦ୍ମଲୋଚନ ଦଳେଇଙ୍କୁ ସେହି ଗ୍ରାମର କିଛି ଲୋକ ଠେଙ୍ଗା ବାଡ଼ିରେ ଧରି ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ପାଖରେ ଥିବା ଗ୍ରାମବାସୀମାନେ ଦୌଡ଼ିଯାଇ ତାଙ୍କୁ ଉଦ୍ଧାର କରିଥିଲେ । ପଦ୍ମଲୋଚନ ସେଠାରୁ ଆସି ଗ୍ରାମବାସୀଙ୍କ ସହାୟତାରେ ନୀଳଗିରି ଥାନାର ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଛନ୍ତି । ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.