ଉପ-ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ମାଡ ଅଭିଯୋଗ…
9/04/2020 at 7:06 PM

ନବରଙ୍ଗପୁର୯/୪: ଏକ ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ତାଙ୍କ ସହକର୍ମୀଙ୍କୁ ମାଡ଼ ଅଭିଯୋଗ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡ଼ା ଗାଁର ଅଙ୍ଗନବାଡ଼ି କର୍ମୀ ଠିକ୍ ଭାବେ ହିତାଧିକାରୀଙ୍କୁ ଖାଦ୍ୟ ଦେଉନଥିବା ଅଭିଯୋଗର ତଦନ୍ତ ପାଇଁ ଉପଜିଲ୍ଲାପାଳ ଭାସ୍କର ରଇତ କିଛି ସରକାରୀ କର୍ମଚାରୀଙ୍କ ସହ ଝାଡ଼ବନ୍ଧଗୁଡ଼ା ଗାଁରେ ପହଞ୍ଚିବା ପରେ କିଛି ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏମିତିକି ଉପ-ଜିଲ୍ଲାପାଳଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଦୁଇ ଜଣ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଉପ-ଜିଲ୍ଲାପାଳଙ୍କୁ କେମିତି କିଛି ଲୋକ ମାଡ଼ ମାରିବାକୁ ସାହସ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।
Related Posts
ନରୱେରେ କୋଭିଡ ଟିକାକରଣ ପରେ ୨୩ ମୃତ, ପ୍ରଶ୍ନବାଚୀରେ Pfizer ଟିକା
15 January 2021