କମେଣ୍ଟ ମରାକୁ କେନ୍ଦ୍ରକରି ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼, ଫାଟିଲା ଏସଆଇଙ୍କ ମୁଣ୍ଡ

Published By : Prameya-News7 Bureau | November 05, 2021 IST

ଖଲ୍ଲିକୋଟ,  ୫/୧୧: ରମ୍ଭା ଥାନା ପାଲୁରଗଡ଼ ଗ୍ରାମରେ କମେଣ୍ଟ ମରାକୁ କେନ୍ଦ୍ରକରି  ଉତ୍ତେଜନା ଦେଖିବାକୁ ମିଳିଛି । ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଛି । ଏଥିସହ ପୋଲିସ ଗାଡି କାଚ ଭାଙ୍ଗିବା ସହ ପଥର ମାଡ଼ରେ  ରମ୍ଭା ଥାନା ଏସଆଇଙ୍କ ମୁଣ୍ଡ ଫାଟିଥିବା ବେଳେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏହି ଘଟଣାରେ ଥାନାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍‌ । ଦୁଇ ଗୋଷ୍ଠୀର ୩ ରୁ ୪ ଗାଡି ଭାଙ୍ଗିଥିବା ବେଳେ ପ୍ରେମ ବେପାରକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି | ଏନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦେଇଥିବା ରମ୍ଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.