Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ପାଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ, ଏସଆଇଙ୍କ ସହ ୩ କନଷ୍ଟେବଳ ଆହତ

6/09/2019 at 8:50 AM

ପଟ୍ଟାମୁଣ୍ଡାଇ ୬।୯: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ ପୂଜା ଭସାଣୀ ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଆଳି ପୋଲିସ ଗାଡିକୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ଫଳରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଖବର ପାଇ ଆଳି ପୋଲିସ ପହଚିଂବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ।

ତେବେ ଗତକାଲି ଦୁଇ ଗୋଷ୍ଠୀର ଗଣେଶ ପୂଜାମଣ୍ଡପରେ ଡିଜେ ମାଇକ୍ ବଜାଇବାକୁ ବାରଣ କରିଥିଲା ହେଲେ ଗୋଟିଏ ଗୋଷ୍ଠୀ କଥା ନମାନିବାରୁ ଗୋଟିଏ ଗୋଷ୍ଠୀର ସାଉଣ୍ଡ ମେସିନକୁ ଜବତ ମଧ୍ୟ କରିଥିଲା ।

ତେବେ ପରେ ରାତିରେ ଥାନା ଏସଆଇ ଭଗବାନ ମାଝି ଓ ତିନି ଜଣ କନଷ୍ଟେବଳ ଧରି ନିଆଳ ଗୌଡପାଟଣା ରାସ୍ଥାରେ ପାଟ୍ରୋଲିଂ କରୁଥିବା ସମୟରେ ଅଚାନକ ଗୋଟିଏ ଗୋଷ୍ଠୀର ୨୫ ଜଣରୁ ଉର୍ଦ୍ଧ୍ବ ଲୋକ ଠେଙ୍ଗା କୋଦାଳ ଧରି ପୋଲିସ ଗାଡିକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ଗାଡିର ଆଗ କାଚ ଭାଙ୍ଗିଯିବା ସହିତ ଏସଆଇ ସାମାନ୍ୟ ଆହତ ହୋଇଛନ୍ତି । ୩ଜଣ କନଷ୍ଟେବଳ ଓ ଡ୍ରାଇଭର ଆହତ ହୋଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

   Related Posts