ଗୋରୁ ଚାଲାଣ ରୋକିବାକୁ ଆସିଥିବା ବେଳେ ମରଣାନ୍ତକ ଆକ୍ରମଣ, ଗାଡି ଭଙ୍ଗାରୁଜା କଲେ ଗ୍ରାମବାସୀ

Published By : Prameya-News7 Bureau | June 29, 2021 IST

ଉଦଳା ।୬: ଚୋରା ଗୋରୁ ଚାଲାଣ ରୋକିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ମରଣାନ୍ତକ ଆକ୍ରମଣର ଶିକାର । ଠେଙ୍ଗା ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ କଲେ ଗ୍ରମବାସୀ । ଗାଡି ଭଙ୍ଗାରୁଜା କରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି ଉଦଳା ଥାନା ଚୁଳିଆପୋଷି ଗୋରୁହାଟରେ ।   

{"id":472890,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ୫ଟି ଗାଡିରେ ଚୋରା ଗୋରୁ ଚାଲାଣ ହେଉଥିବା ଖବର ପାଇ ବାରିପଦାରୁ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉଦଳା ଚୁଳିଆପୋଷି ଗୋରୁ ହାଟ ନିକଟରେ ପହଞ୍ଚିଥିଲେ ।  ସେଠାରେ ପହଞ୍ଚି ଅନେକ ଗୋରୁ ହାଟ ପଡିଆରେ ବନ୍ଧା ଯାଇଥିବା ଦେଖି ସେଠାରେ ଛିଡା ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରୁଥିଲେ ହିନ୍ଦୁ ବାହିନୀ ସଦସ୍ୟ । ଏହି ସମୟରେ ହଠାତ୍‌ ଚୁଳିଆପୋଷି ଗ୍ରାମର ୩୦ରୁ ୪୦ ଗ୍ରାମବାସୀ ହାତରେ ଠେଙ୍ଗା, ଭୁଜାଲି ଧରି କେଶରୀୟା ହିନ୍ଦୁ ବାହିନୀ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।  ସଦସ୍ୟମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଦୁଇ ଗୋଟି ଗାଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ ।

ଏହି ଆକ୍ରମଣରେ ୪ ଜଣ ସଦସ୍ୟ ଆହତ ହୋଇଥିବା ଜଣାଯାଇଛି । ପରେ ସେଠାରୁ ସମସ୍ତେ ଖସି ଚାଲିଯାଇଥିବା ବେଳେ ଏ ନେଇ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣ ଗ୍ରାମବାସୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ତେବେ ଏହି ୫ ଗୋଟି ଗୋରୁ ଗାଡି ଉଦଳା ଆସୁଥିବା ବେଳେ ଜୁଆଳିଆ ଛକ ନିକଟରେ ରାସ୍ତାରେ ଛିଡା ହୋଇଥିବା ସ୍ଥାନୀୟ ଲୋକଙ୍କ ଦୁଇ ଗୋଟି ଗୋରୁକୁ ଧକ୍କା ଦେଇ ମାରି ଦେଇଥିବା ଜଣାଯାଇଛି । ପୋଲିସ ଅଟକମାନଙ୍କୁ ଥାନାରେ ପଚରାଉଚରା ଜାରି ରଖିବା ସହିତ ତଦକୁ ତ୍ବରାନ୍ବିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.