କଣ୍ଟାବାଞ୍ଜି ବାବା ଭୂଜବଳଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଦଣ୍ଡ ଦାବି କରି ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

Published By : Prameya-News7 Bureau | November 08, 2019 IST

ବଲାଙ୍ଗୀର ୮।୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡାର ଶ୍ୟାମା କାଳୀ ମନ୍ଦୀରର ପାଖରୁ ବାବା ଭୁଜବଳଙ୍କ ମୃତ ଦେହ ମିଳିବା ଘଟଣା । ବାବାଙ୍କୁ ତାଙ୍କ ଗୁରୁ ଚଉବନ ବାବା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ  ଦୁଇ ସହଯୋଗୀଙ୍କ ସହ ଚଉବନ ବାବାଙ୍କୁ ଥାନାରେ ୬ ଦିନ ଧରି ପୋଲିସ ଅଟକ ରଖିଛି । କିନ୍ତୁ ତଦନ୍ତ ଆଳରେ ଘଟଣାକୁ ଘଣ୍ଟଘୋଡାଉଥିବା  ଅଭିଯୋଗ ହେଉଛି ।

{"id":180903}

 ସୂଚନାଯୋଗ୍ୟ ଯେ, ଆଜି ବାବା ଭୁଜବଳଙ୍କ ଙ୍କ ପରିବାର ସଦସ୍ୟ ଓ ତାଙ୍କ ମଣ୍ଡଳ ଗ୍ରାମବାସୀମାନେ କଣ୍ଟାବାଞ୍ଜି ଥାନା ଘେରିବା ସହ  ବାବା ଛଉବନଙ୍କୁ ଫାସି ଦଣ୍ଡ ପାଇଁ ଦାବି କରିଛନ୍ତି । ବାବାକୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ ଆଣି ପୋଲିସ ଓ ଗ୍ରାମବାସି ହୋଇଛନ୍ତି ମୁହାଁ ମୁହିଁ ମଧ୍ୟ ହୋଇଛନ୍ତି । ବାବାକୁ ଫାସି ଦଣ୍ଡ ଦିଅ ନଚେତ ଆମେ ତାକୁ ଦଣ୍ଡ ଦେବେ ବୋଲି ଯୁକ୍ତି କରିଥିଲେ ଗ୍ରାମବାସୀ । କିଛି ସମୟ ଧରି ପୋଲିସ ଓ ଗ୍ରାମବାସିଙ୍କ ମଧ୍ୟରେ ଏହି ଘଟଣାକୁ ଉତ୍ତେଜନା ଦେଖା ଦେଇଥିଲା ।

{"id":180904}

 କଣ୍ଟାବାଞ୍ଜି ଏସଡିପିଓ , ଆଇଆଇସି କଣ୍ଟାବାଞ୍ଜି , ଆଇଆଇସି ତୁରେକେଲା ଘଟଣା ସ୍ଥଳରେ ଉପସ୍ତିତ ରହି ଲୋକଙ୍କୁ ବୁଝା ସୁଝା କରିଥିଲେ। ତେବେ ଶିଘ୍ର ବାବାକୁ ଦଣ୍ଡ ଦିଆନଗଲେ ଭୟାବହ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.