Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

“ସରକାରୀ କା ମାଲ୍ ଦରିଆ ମେ ଡାଲ୍”; ରାତିଅଧିଆ ଗାଏବ ହେଲା ଅସ୍ଥାୟୀ କୋଭିଡ଼ ସେଣ୍ଟରରୁ ସାମଗ୍ରୀ, ସରପଞ୍ଚ-ଗ୍ରାମବାସୀ ତୁ ତୁ ମେଁ ମେଁ…

8/11/2020 at 1:28 PM

ସାଲେପୁର ୦୮।୧୧: “ସରକାରୀ କା ମାଲ୍ ଦରିଆ ମେ ଡାଲ୍” । ଏବେ ବିଭିନ୍ନ ଅଞ୍ଚଳରେ କରୋନା ସମୟରେ ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ୍ ସେଣ୍ଟର ବା   ଅସ୍ଥାୟୀ କରୋନା ଚିକିତ୍ସା କେନ୍ଦ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଉ ସବୁଠୁ ବଡ଼ କଥା ହେଲା ଦାୟିତ୍ବରେ ଥିବା ସରପଞ୍ଚଙ୍କୁ ଦୋଷ ଦେଇଛନ୍ତି ଗ୍ରାମବାସୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ଗ୍ରାମ ପଞ୍ଚାୟତରୁ ଏଭଳି ଅଭିଯୋଗ ।

ଖବର ଅନୁଯାୟୀ, ପଞ୍ଚାୟତର ୨ଟି କୋଭିଡ ଟିଏମସି ସେଣ୍ଟରରୁ ପ୍ରବାସୀମାନଙ୍କ ପାଇଁ ସରକାର ଯୋଗାଇ ଦେଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ଖଟ, ଇନଭଟର, ଆକ୍ବାଗାର୍ଡ, ଷ୍ଟିକ୍ ଲାଇଟ ସମେତ ବହୁ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି । ପ୍ରବାସୀ ମାନଙ୍କ ପାଇଁ ସରକାର ଦେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କେଉଁଆଡ଼େ ଗାଏବ ହୋଇଯିବା ପରେ ଗାଁ ଲୋକେ ଏହା ପଛରେ ଦାୟିତ୍ବରେ ଥିବା ସରପଞ୍ଚଙ୍କ ପ୍ରତିନିଧି ଅର୍ଥାତ୍ ତାଙ୍କ ସ୍ବାମୀଙ୍କୁ ଦାୟୀ କରିଛନ୍ତି।

“ଚୋର କହୁଛି ଚୋର ପଳାଇଲା , ଚୋରକୁ ଧର ଧର ” ନୀତିରେ ସେ ଏସବୁ ସାମଗ୍ରୀକୁ କେଉଁ ଆଡେ ଗାଏବ କରି ଚୋରି ହୋଇଥିବା ମିଛରେ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । “ରାତ୍ ଗୟେ ବାତ୍ ଗୟେ”ଭଳି ଯଦି ସରକାର ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ।  ତେବେ ଅସ୍ଥାୟୀ କୋଭିଡ୍ ସେଣ୍ଟରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଙ୍କ ପାଇଁ ଯୋଗାଇଥିବା ସାମଗ୍ରୀ ଏହିପରି ଭାବେ ଗାଏବ ହୋଇଯିବ। ତେବେ ଚୋରି ହୋଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ବିଧିବଦ୍ଧ ଭାବରେ ଲିଖିତ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।

   Related Posts