କୋଇଲା ଖଣିକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ : ବିଧାୟକଙ୍କ ସହ ୪୦୦ରୁ ଅଧିକ ଗ୍ରାମବାସୀ ରହିଲେ ଅଟକ

Published By : Prameya-News7 Bureau | October 29, 2019 IST

ଅନୁଗୁଳ୨୯|୧୦: କୋଇଲା ଖଣିକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ।ତାଳଚେର ବିଧାୟକଙ୍କ ସହ ୪୦୦ରୁ ଅଧିକ ଗ୍ରାମବାସୀ ଅଟକ ।ଏମିତି ସ୍ଥିତିରେ ତାଳଚେର ହିଙ୍ଗୁଳା କୋଇଲା ଖଣି ଅଚଳ ହୋଇପଡ଼ିଥିବା ବେଳେ ଗ୍ରାମବାସୀ ଖନନ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ।…

{"id":176627}

ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଗ୍ରାମବାସୀ ।ଗୋଟିଏ ପଟେ ଶହ ଶହ ଗ୍ରାମବାସୀ । ଯେଉଁମାନଙ୍କ ନେତୃତ୍ବ ନେଉଥିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ ।ଅନ୍ୟପଟେ ସଶସ୍ତ୍ର ପୋଲିସ। କାଳେ ଲୋକଙ୍କ ପକ୍ଷରୁ ପଥର ମାଡ଼ ହେବ ସେଥିପାଇଁ ସୁରକ୍ଷା ବନ୍ଦୋବସ୍ତ କରି ଆଥିଲା ପୋଲିସ ।

{"id":176628}

ଲୋକଙ୍କୁ ଶାନ୍ତ ରହିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଶାସନ ପକ୍ଷରୁ ଡାକରା ଦିଆଯାଇଥିଲା ।ଏମିତି ସ୍ଥିତି ଉପଜିଥିଲା ତାଳଚେର ହିଙ୍ଗୁଳା କୋଇଲା ଖଣିରେ। ହିଙ୍ଗୁଳା କୋଇଲା ଖଣି ସଂପ୍ରସାରଣକୁ ବିରୋଧ କରିବା ସହିତ ନିଯୁକ୍ତି ଓ ଥଇଥାନ ଦାବି କରି ଏହି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ ।…

{"id":176629}

ତାଳଚେରବିଧାୟକ ବ୍ରଜ ପ୍ରଧାନଙ୍କ ସହ ପ୍ରାୟ ୪୦୦ ଲୋକଙ୍କୁ ପୋଲିସ ଅଟକ ରଖିଥିଲା। ପ୍ରତିବାଦରେ ବିଧାୟକଙ୍କ ସମର୍ଥକ MCLର ଅନ୍ୟାନ୍ୟ ଖଣି ବନ୍ଦ କରିଛନ୍ତି ।

{"id":176630}

ଲୋକଙ୍କ ଦାବି ପ୍ରଥମେ ଥଇଥାନ କର, ପରେ ଭିଟାମାଟି ଛାଡ଼ିବୁ ।ପ୍ରଶାସନ ଯେତେଥର RPDAC ବୈଠକ ଡକାଇଛି ଆମ କଥା କେହି ଶୁଣିନାହାନ୍ତି ।ତେଣୁ ଖନନ ବନ୍ଦ କର ବୋଲି ଭାଲୁଗାଡ଼ିଆ ଗ୍ରାମବାସୀ ଦାବି କରିଥିଲେ । ତାଳଚେର ଅଞ୍ଚଳରେ ଖଣି କାର୍ଯ୍ୟ ବନ୍ଦ ରହିଥିବା ବେଳେ ପୋଲିସ କିଛି କହିବାକୁ ରାଜି ନୁହେଁ।…

{"id":176631}

ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।…

{"id":176632}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.