ଟିକା ନେବାକୁ ମହିଳା କରୁଛନ୍ତି ସଚେତନ, କାନ୍ଥରେ ଲେଖାଯାଉଛି ସଚେତନତା ବାର୍ତ୍ତା

Published By : Prameya-News7 Bureau | July 03, 2021 IST

ଛତିଶଗଡ ୩/୭: ସାରା ଦେଶରେ କରୋନାର କାୟା ବିସ୍ତାର ବ୍ୟାପି ଚାଲିଛି । ବିଶେଷ କରି ୨ୟ ଲହରରେ ଅଧିକ ପ୍ରଭାବିତ ଭାରତର ଅନେକ ରାଜ୍ୟ । ଏଥିପାଇଁ ବିଭିନ୍ନ ରାଜ୍ୟରେ ଏବେବି ଲକଡାଉନ କଟକଣା ଜାରି ରହିଛି । ତେବେ ମହାମାରୀରୁ ବର୍ତ୍ତିବା ପାିଁ ଏକମାତ୍ର ଅସ୍ତ୍ର ପାଲଟିଛି ଟିକା । ସେଥିପାଇଁ ସାରା ଦେଶରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯିଉଛି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଟିକା ନେବାକୁ ଲୋକଙ୍କ କରାଯାଉଛି ସଚେତନତା ।

ତଥାପି କିଛି ସ୍ଥାନରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଟିକା ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ଲାଗି ରହୁଛି । ଏପରି ସ୍ଥଲେ ଛତିଶଗଡରେ ଟିକାକରଣ ବ୍ୟାପକ କରିବାକୁ ଏଠାକାର ପ୍ରଶାସନ ଅନେକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ବିଶେଷ କରି ବଳରାମପୁରର ଗ୍ରାମବାସୀ ଅନନ୍ୟ ଉପାୟରେ କରାଯଉଛି ସଚେତନ । ଆଉ ଏହାର ମଙ୍ଗ ଧରିଛନ୍ତି ମହିଳା ।

wp:html /wp:html

ଏଠାକାର ବିଭିନ୍ନ ମହିଳାମାନେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସଚେତନତା କରିବା ସହ କାନ୍ଥରେ ଲେଖୁଛନ୍ତି ସ୍ଲୋଗାନ । ତେବେ ଏମାନଙ୍କର ଏହି ଛୋଟିଆ ପ୍ରୟାସ ହେତୁ ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଅର୍ଥାତ୍ ମହିଳାମାନଙ୍କ ଏହି ପଦକ୍ଷେପ ପରେ, ଲୋକେ ଟିକାକରଣ ପାଇଁ ଆଗେଇ ଆସୁଛନ୍ତି । ସେଥିପାଇଁ ବଳରାମପୁର କଲେକ୍ଟର ସ୍ଥାନୀୟ ମହିଳାଙ୍କୁ ସାଧୁବାଦ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.