କେନାଲରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣା : ଅଟକ ଥିବା ପ୍ରଧାନଶିକ୍ଷକଙ୍କ ସମେତ ୧୧ଜଣଙ୍କୁ ଛାଡିଲେ ଗ୍ରାମବାସୀ
27/07/2019 at 9:24 AM

ସୋର ୨୭|୭: ବାଲେଶ୍ବର ଖଇରା ବ୍ଲକ୍ ରଟିଣା ନୋଡାଲ ୟୁପି ସ୍କୁଲର ଦୁଇ ଛାତ୍ରଙ୍କର କେନାଲରେ ବୁଡି ମୃତ୍ୟୁ ଘଟଣାରେ ଥମିଛି ଉତ୍ତେଜନା । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଛି । ଗାଁ ଲୋକେ ସ୍କୁଲ ଘରେ ଅଟକ ରଖିଥିବା ପ୍ରଧାନଶିକ୍ଷକଙ୍କ ସମେତ ୧୧ ଜଣଙ୍କୁ ଛାଡିବା ପରେ ପୋଲିସ ହେପାଜତକୁ ନେଇଛି ।

ଗତକାଲି ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକଙ୍କ ଅଗୋଚରରେ ୨ ଛାତ୍ର ସ୍କୁଲ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ପାଣିରେ ଉଭୟ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଅଘଟଣ ପାଇଁ ସ୍କୁଲରେ ଶିକ୍ଷକଙ୍କ ଅସାବଧାନତାକୁ ଦାୟୀ କରି ତାତିଥିଲେ ଉତ୍ତ୍ୟକ୍ତ ଲୋକେ।