ବାତ୍ୟା କ୍ଷୟକ୍ଷତିରେ ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ : ସରପଞ୍ଚଙ୍କୁ ଘେରିଲେ ଶତାଧିକ ମହିଳା ଓ ପୁରୁଷ

Published By : Prameya-News7 Bureau | November 04, 2019 IST

କଣାସ ୪/୧୧: ପୁରୀ ଜିଲ୍ଲା କଣାସ ବ୍ଲକର କାଦୁଆ ପଞ୍ଚାୟତର ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ । ବାତ୍ୟା କ୍ଷୟକ୍ଷତିରେ ସହାୟତା ପ୍ରଦାନ ପାଇଁ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗରେ ସରପଞ୍ଚଙ୍କୁ ଘେରିଲେ ଶତାଧିକ ମହିଳା ଓ ପୁରୁଷ ।

{"id":178874}

ସୂଚନାଯୋଗ୍ୟ ଯେ,  ଗତ ପ୍ରଳୟଙ୍କରୀ ବାତ୍ୟା ଫନିରେ କଣାସ ବ୍ଲକର ୨୮ଗୋଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।ସରକାରଙ୍କ ପକ୍ଷରୁ ଅଧିକାରୀମାନେ ଆସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ସେହିପରି ସରକାରଙ୍କ ରିଲିଫ କୋଡ଼ ଅନୁଯାୟୀ ଆଂଶିକ କ୍ଷୟକ୍ଷତି ହୋଇଥିବା ବ୍ୟକ୍ତିଙ୍କୁ ୩ହଜାର ଓ ୫ହଜାର ଥିବାବେଳେ , ସମ୍ପୂର୍ଣ୍ଣ  କ୍ଷୟକ୍ଷତି ବ୍ୟକ୍ତିଙ୍କ ପାଇଁ ୯୫ହଜାର ପ୍ରଦାନ କରାଯିବାର ଯୋଜନା ରହିଛି ।

{"id":178875}

କାଦୁଆ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଜନପ୍ରତିନିଧି ଓ ତଦନ୍ତରେ ଯାଇଥିବା ରାଜସ୍ବ ନିରୀକ୍ଷକଙ୍କ ସଲାସୁତରାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ଆସିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ  ଆଂଶିକ କ୍ଷୟକ୍ଷତି ତାଲିକାରେ ନାମ ରହିଛି । ଯାହାଲାଗି  ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଯାହାର ଅଭିଯୋଗ କରି କାଦୁଆ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସରପଞ୍ଚଙ୍କ ଘର ଆଗରେ ହୋହଲ୍ଲା କରିବା ସହ ଏହାର ଜବାବ ମାଗିଛନ୍ତି । ସହାୟତା ରାଶିର ପ୍ରଦାନର ସାନି ତଦନ୍ତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ସହାୟତା ଯୋଗାଇଦେବାକୁ ସମୂହ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.