Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଗୁହାରୀ କଲେ ଦାବି ରଖିଲେ, ତଥାପି ଶୁଣିଲେନି : ଶେଷରେ କାଦୁଅ ରାସ୍ତାରେ ଧାନ ବୁଣିଲେ ଲୋକେ

27/06/2020 at 7:01 PM

ସୋର, ୨୭|୦୬:   ବର୍ଷାଦିନ ଆସିଲେ ଚାଷୀ ବିଲରେ ଚାଷ କାର୍ଯ୍ୟ ପାଇଁ ବିହନ ବୁଣିଥାଏ । କିନ୍ତୁ ଖରାପ ହୋଇଥିବା ରାସ୍ତାରେ ବିହନ ବୁଣି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।  ଅଭିନବ ଢଙ୍ଗରେ ଗ୍ରାମବାସୀ  ରାସ୍ତା ପାଇଁ ପ୍ରତିବାଦ କରିଛନ୍ତି । ସୋର ବ୍ଲକ ମୂଳିଶିଙ୍ଗ ପଂଚାୟତରେ ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ।

ମୂଳିଶିଙ୍ଗ ପଂଚାୟତର ୧ ନମ୍ବର ୱାର୍ଡ ତଳମୂଳିଶିଙ୍ଗ ଗ୍ରାମର ଷଡ଼ଙ୍ଗୀ ପୋଖରୀଠାରୁ ମୁଣ୍ଡଳୀସାହି ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା । ଏହି ରାସ୍ତାରେ ବର୍ଷା ଦିନ ହେଉ କିମ୍ବା ଅନ୍ୟ ଦିନେ ଯିବା ଆସିବା କରିବା କଷ୍ଟକର ହୋଇପଡେ । ବର୍ଷା ଦିନରେ ପିଲାମାନେ ସ୍କୂଲ ଯିବା ଆସିବା କରିବା କଷ୍ଟକର ହୋଇପଡେ । ଏହି ରାସ୍ତା ଉପରେ ଗ୍ରାମର ୨୦ ରୁ ୩୦ ପରିବାର ନିର୍ଭର କରୁଥିବା ବେଳେ ବର୍ଷା ଦିନ ଛଡା ଅନ୍ୟ ଦିନ ମାନଙ୍କରେ ବି  ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ଆସିପାରେନି । ବିଶେଷ କରି ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧାମାନଙ୍କୁ ମେଡିକାଲ ନେଲେ ଖଟିଆରେ ନେବାକୁ ପଡେ ବୋଲି ଗ୍ରାମବାସୀ ମାନେ କ୍ଷୋଭର ସହ କହିଛନ୍ତି ।

ଏହା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଗ୍ରାମବାସୀମାନେ ଏହି ରାସ୍ତା ଦେଇ ବିଲକୁ ତଥା ବାହାରକୁ ବାହାରିବା ପାଇଁ ନିର୍ଭର କରିଥାନ୍ତି । ବର୍ତମାନ ବର୍ଷାଦିନ ହୋଇଥିବାରୁ ରାସ୍ତାଟି ସମ୍ପୂର୍ଣ କାଦୁଅ ହୋଇଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ଠୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ଯେତେ ଅବଗତ କଲେ ବି କିଛି ଫଳ ମିଳୁନି । ୨୦୦୨ ମସିହାରେ ସେତେବେଳର ବାଲେଶ୍ୱର ଏମପି ଖାରବେଳ ସ୍ୱାଇଁଙ୍କ ଏମପି ପାଣ୍ଠିରୁ ଏହି ରାସ୍ତା ତିଆରି ସମ୍ଭବ ହୋଇଥିଲା । ସେବେଠାରୁ ଏ ରାସ୍ତା ପ୍ରତି କାହାରି ନଜର ପଡୁନି । ତେଣୁ ଶନିବାର ଗ୍ରାମ ରାସ୍ତାରେ ବିହନ ବୁଣି ଅଭିନଵ ଉପାୟରେ ରାସ୍ତା ପାଇଁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

   Related Posts