ଖଣ୍ଡା ଧରି ଲୋକଙ୍କୁ ହାଣିବାକୁ ଗୋଡାଇଲେ ଯୁବକ, ଗାଁରେ ପଡିଲା ତାଟି କବାଟ

Published By : Prameya-News7 Bureau | November 29, 2021 IST

ଜଗତସିଂହପୁର, ୨୯/୧୧: ରାଜଧାନୀ ପରେ ଏବେ ଜଗତସିଂହପୁରରେ ଖଣ୍ଡା, ଟାଙ୍ଗିଆ ଆଦି ମାରଣାସ୍ତ୍ର ବୁଲାଇ ସାଧାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି କିଛି ଅସାମାଜିକ ଯୁବକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗତ ଦୁଇ ଦିନ ତଳେ ଜଗତସିଂହପୁର ସହର କୋର୍ଟ ଛକଠାରେ ଜଣେ ଅସାମଜିକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ହାତରେ ଏକ ଟାଙ୍ଗିଆ ଧରି ରାସ୍ତାରେ ବୁଲିବା ସହ ଲୋକଙ୍କୁ ଭୟଭୀତ କରିଥିଲେ । ରବିବାର ସଦର ଥାନା ମୁଣ୍ଡିଲୋ ଗାଁରେ ଶିଶିର ରାଉତ ନାମକ ଜଣେ ଯୁବକ ହାତରେ ଏକ ଖଣ୍ଡା ଧରି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ଗାଁ ଲୋକେ ଭୟଭୀତ ହେବା ସହ କିଛି ସମୟ ଗାଁରେ ତାଟି କବାଟ ପଡି ଯାଇଥିଲା ।

ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ କାବୁକରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଗାଁ ଠାରୁ ସହର ସବୁଆଡେ ମାରଣାସ୍ତ୍ର ଧରି କିଛି ଅସାମଜିକ ଆତଙ୍କ ସୃଷ୍ଟି କରୁଥିବା ବେଳେ ପୋଲିସ ଏଥି ପ୍ରତି ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.