କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍, ଗାଁକୁ ୪୮ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | July 22, 2020 IST

ବାଙ୍କୀ ୨୨।୭: କରୋନା ଯୋଦ୍ଧା କୋଭିଡ୍ ପଜିଟିଭ ଚିହ୍ନଟ ପରେ ଏବେ କୋଭିଡ୍ ହସ୍ପିଟାଲରେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ଘାସିପୁଟ ଗ୍ରାମରେ । ଏହି ଗ୍ରାମର ଜଣେ ଡ୍ରାଇଭର  ଭାବେ ଚନ୍ଦକା ଥାନାରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ମଙ୍ଗଳବାର ରାତିରେ ତାଙ୍କର ରିପୋର୍ଟ ଆସିଛି । ତେବେ ସେ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

{"id":303947,"sizeSlug":"large"}

ତାଙ୍କ ନିଜ ଘର ଘସିପୁଟ ଗ୍ରାମରେ ହୋଇଥିବାରୁ ସେ ଛୁଟିରେ ଆସି ଅନେକ ଲୋକଙ୍କ ସଂସ୍ପର୍ଶର ଆସି ମିଳାମିଶା କରିଛନ୍ତି । ଏପରିକି ନିଜ ପରିବାର ଲୋକଙ୍କ ସହ ମଧ୍ୟ ମିଳାମିଶା କରିଛନ୍ତି । ଏନେଇ ଆଜି କୁସୁପଙ୍ଗି ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । କୁସୁପଙ୍ଗି ପଂଚାୟତରେ ଥିବା ଏହି ଗ୍ରାମକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ପଞ୍ଚାୟତକୁ ୪୮ ଘଣ୍ଟିଆ ସଟ୍ ଡାଉନ୍ କରାଯାଇଛି । ଗ୍ରାମର ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି । ଦୋକାନ ବଜାର ମଧ୍ୟ ବନ୍ଦ କରିଦିଆଯାଇଛି ।

{"id":303948,"sizeSlug":"large"}

ଯେଉଁମାନଙ୍କ ସହ ସେ ମିଳାମିଶା କରିଛନ୍ତି ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ପୋଲିସ ମଧ୍ୟ ଛକରେ ରହି କୌଣସି ଲୋକ ଯେପରି ଗାଁ ଭିତରକୁ ନାସିବେ ତଥା ଗାଁଲୋକେ ପଦାକୁ ନ ବାହାରିବା ସେ ନେଇ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.