Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଚେତନତା: ଗାଁ ଗାଁରେ ଚାଲିଛି ସାନିଟାଇଜ, SHG ଜରିଆରେ ଅସହାୟଙ୍କୁ ଖାଦ୍ୟ

11/04/2020 at 12:20 PM

ଭଦ୍ରକ ୧୧।୦୪:  କରୋନା ପାଇଁ ଏବେ ସବୁଠି ସାନିଟାଇଜ କାର୍ଯ୍ୟ ଚାଲିଛି । ଅଗ୍ନିଶମ ବାହିନୀ ଗାଁ ଗାଁ ବୁଲି ସାନିଟାଇଜ କାର୍ଯ୍ୟ କରୁଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ର ନଗୁଆଁ ପଂଚାୟତ ରେ ମଧ୍ୟ ସାନିଟାଇଜ ହେଉଛି ।

ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ର ସାତ ଜଣିଆ ଦଳ ଦମକଳ ଗାଡି ସାହାଯ୍ୟ ରେ ଗାଁ ଗୁଡିକୁ ସାନିଟାଇଜ କରୁଛନ୍ତି । ସୋଡିୟମ ହାଇପ୍ଲୋକ୍ଲୋରାଇଡ଼ ର ମିଶ୍ରଣ ରେ ସ୍ପ୍ରେ କରାଯାଉଛି । ବାରିକପୁର ବଜାର ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଅସ୍ଥାୟୀ ମେଡିକାଲ କ୍ୟାମ୍ପ , ତହସିଲ ଓ ଗାଁ ର ରାସ୍ତା ଗୁଡିକୁ ସାନିଟାଇଜ କରାଯାଉଛି । ପଞ୍ଚାୟତ ତରଫରୁ ମଧ୍ୟ ଅସହାୟ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରନ୍ଧା ଖାଦ୍ୟ ଅସହାୟଙ୍କୁ ବଣ୍ଟନ କରୁଛନ୍ତି ।

   Related Posts