Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଜଣେ ଚୁଟି କାଟିଲେ ୬ଜଣଙ୍କୁ ଡେଇଁଲା କରୋନା, ଏବେ ପୁରା ଗାଁ ସିଲ୍

25/04/2020 at 7:23 PM

ଭୋପାଲ: ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ବଡଗାଓଁରେ ସେଲୁନ ଯୋଗୁ ବ୍ୟାପିଛି କରୋନା। ଏଠାରେ ହେୟାର ଡ୍ରେସର ବାହାରୁ ଆସିଥିବା ଯୁବକଙ୍କ ଦାଢି ଚୁଟି କାଟି ଗାଁକୁ ସଂକ୍ରମିତ କରିଦେଇଛି। ଘଟଣା ଜଣାପଡିବା ପରେ ୩୪ ଜଣ ଏବେ କ୍ୱାରେଣ୍ଟାଇନରେ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପ୍ରଶାସନ ଗାଁକୁ ସିଲ୍‌ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ ଗାଁର ଜନୈକ ଯୁବକ ନିକଟରେ ଇନ୍ଦୋରରୁ ଫେରିଥିଲେ। ସେ ଗାଁ ସେଲୁନକୁ ଦାଢି ଓ ଚୁଟି କାଟିବାକୁ ଯାଇଥିଲେ। ତେବେ ହେୟାର ଡ୍ରେସର ସେ ବାହାରୁ ଆସିଥିବା କଥା ଅଣଦେଖା କରିଦେଇଥିଲେ। ଫଳରେ ଯୁବକଙ୍କ ଚୁଟି ଓ ଦାଢି ସେଭ କରିବା ପରେ ସାନିଟାଇଜ ନ କରି ସେହି କପଡା ଓ କ୍ଷୁରରେ ଅନ୍ୟମାନଙ୍କର ସେଭିଂ କରିଥିଲେ। ଘଟଣା ଜଣାପଡିବା ପରେ ଗାଁରେ ଅସନ୍ତୋଷ ଦେଖାଦେଇଥିବା ବେଳେ ୨୬ ଜଣ ଲୋକ କରୋନା ପରୀକ୍ଷଣ ଲାଗି ସାମ୍ପଲ ଦେଇଥିଲେ।

୨ଟି ପର୍ଯ୍ୟାୟରେ ସଂଗୃହିତ ସାମ୍ପଲର ପ୍ରଥମ ପର୍ଯ୍ୟାୟରେ ୧୭ଟି ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ପରେ  ଆସିଥିବା ୯ଟି ରିପୋର୍ଟରୁ ୩ଟି ନେଗେଟିଭ ଥିବା ବେଳେ ୬ଟି ପଜେଟିଭ ଥିବା ଜଣାପଡିଛି। ଏଣୁ ପଜେଟିଭ ଲୋକଙ୍କୁ ଆଇସୋଲେସନକୁ ପଠାଯାଇଥିବା ବେଳେ ସେମାନଙ୍କ ସମ୍ପର୍କିୟଙ୍କୁ  କ୍ୱାରେଣ୍ଟାଇନରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସାରା ଗାଁକୁ ବିଶୋଧିତ କରିବାକୁ ପଦକ୍ଷେପ ନିଆଯାଇଥିବା ବେଳେ ଗାଁ ଏବେ ସିଲ୍ ହୋଇଛି।  

   Related Posts