Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ନେତାଙ୍କ ପ୍ରତିଶୃତି ପାଣିର ଗାର, ଅପହଞ୍ଚ ପାଲଟିଛି ସରକାରୀ ଯୋଜନା : ଚୂଆ ପାଣି ବଞ୍ଚାଉଛି ଜୀବନ

23/02/2021 at 11:33 AM

ନୀଳଗିରି ୨୩।୦୨: ସରକାର ଆଦିବାସୀ ଗାଁ ଗୁଡିକୁ ଆଦର୍ଶ ଗାଁ କରିବାକୁ ଯୋଜନା କରୁଛନ୍ତି। ଏନେଇ ଅନେକ ଯୋଜନା ମାନ ରହିଛି , ହେଲେ ସବୁ ଯୋଜନା ଏଠି ବାଟବଣା ପାଲଟିଥିବା ଦେଖୁବାକୁ ମିଳିଛି। ଗାଁକୁ ଅଛି ଭଲ ରାସ୍ତା ନା ପହଁଚି ପାରିଛି ସରକାରୀ ଯୋଜନା। ଜୀବନ ବଞ୍ଚାଇବାକୁ ଚୁଆ ପାଣି ପାଲଟିଛି ଶେଷ ଭରସା । ବାରମ୍ବାର ନିର୍ବାଚନ ସମୟରେ ନେତା ପ୍ରତିଶୃତି ଦିଅନ୍ତି ହେଲେ ପ୍ରତିଶୃତି ପାଣିର ଗାର ପାଲଟିଥିବା କୁହାଯାଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଞ୍ଚାୟତ ବନ୍ଧସାହି ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ରହିଛି ବନ୍ଧସାହି ଆଦିବାସୀ ଗାଁ। ଏଠାରେ ପାଖାପାଖି ୩୦ରୁ ଅଧିକ ପରିବାର ରହିଛି। ଏହି ଗାଁକୁ ରାସ୍ତାଟିଏ ଭଲଭାବେ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଏଠି ଅପହଞ୍ଚ ପାଲଟିଛି । ଖାସ୍‌ କରି ପାନୀୟ ଜଳ ସମସ୍ୟା ଗାଁରେ ରହିଛି । ଗାଁରେ ଗୋଟିଏ ନଳକୂପ ଟିଏ ରହିଛି । ଏଥିରୁ ବାହାରୁଥିବା ପାଣି ଗାଁ ପାଇଁ ଯଥେଷ୍ଟ ନୁହେଁ, ଆଉ ଯେଉଁ ପାଣି ବାହାରୁଛି ତାହା ପାନୀୟ ଭାବେ ବ୍ୟବହାର କରିହେବ ନାହିଁ । ଜୀବନ ବଞ୍ଚାଇବା ପାଇଁ ମଣିଷ-ପଶୁ ଏଠି ଏକାଠି ହୋଇଛନ୍ତି ।

ସେପଟେ ଗାଁ ଠାରୁ କିଛି ଦୂରରେ ଥିବା ଏକ ଚେକ୍‌ ଡ୍ୟାମ୍‌ ନିକଟରୁ ଚୂଆ ତାଡି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଖରାଦିନେ ଗ୍ରାମବାସୀ ମାନେ ଏହି ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ହାତରେ ଗରା ଓ ବାଲ୍‌ଟି ଧରି ଲମ୍ବାଲାଇନରେ ପାଣି ଆଣିବାକୁ ଯାଇଥାନ୍ତି ଗ୍ରାମବାସୀ। ଜଙ୍ଗଲୀ ଜନ୍ତୁ ଭୟଥିବାରୁ ସଂଧ୍ୟା ପୂର୍ବରୁ ପାଣି ଆଣି ଘରେ ରଖିଦିଅନ୍ତି। ଏହି ଚୁଆ ପାଣିକୁ ଜଙ୍ଗଲୀ ଜନ୍ତୁ ସମେତ ଗୃହପାଳିତ ପଶୁ ମାନେ ପିଇଥାନ୍ତି। ଚୂଆ ପାଣି ମଣିଷ ପିଇଲେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି । ତାପରେ ବି ଜୀବନ ଟିକକ ବଞ୍ଚାଇବା ପାଇଁ ବାଧ୍ୟହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ବସୁଧା ଯୋଜନାରେ ପାନୀୟ ଜଳ ପାଇଁ ପାଇପ ବିଛାଯାଇଛି । ହେଲେ ପାଣି ମୁନ୍ଦାଏ ଦିନଟିଏ ବି ଆସିନି। ଠିକାଦର ପୀରତି ଦେଖାଇ ଯନ୍ତ୍ରୀ ମାନେ ସରକାର ଯୋଜନାକୁ ଆତ୍ମସାତ କରିଥିବା ଅଭିଯୋଗ ଆସିଛି। ଆଦିବାସୀ ଗାଁ ଗୁଡିକ ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଯୋଗାଉଥିବା ବେଳେ ଏହି ଗାଁ ସରକାରଙ୍କ ଯେପରି ସାବତ ଗାଁ ପାଲଟିଛି। ପଞ୍ଚାୟତ ନିର୍ଵାଚନ ଓ ସାଧାରଣ ନିର୍ବାଚନରେ ଗାଁକୁ ନେତା ମାଳ ମାଳ ଆସିଥାନ୍ତି,  ଆଉ ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି। ନିର୍ବାଚନ ସରିଗଲେ ପ୍ରତିଶୃତି ପ୍ରତିଶ୍ରୁତିରେ ରହିଯାଇଥାଏ।

ଯଦି ଏହି ବନ୍ଦସାହି ଗାଁରେ ସରକାରୀ ଯୋଜନାରେ ସଠିକ ବିନିଯୋଗ ନକରାଯାଏ ଆଉ ପାନୀୟ ଜଳ ବ୍ୟବସ୍ଥା ନକରାଯାଏ । ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ହିଁ ଶେଷ ରାସ୍ତାହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଏନେଇ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

   Related Posts